ରାଜ୍ୟ ସ୍ପେଶାଲ ରିପୋର୍ଟ

୧୪ ନୁହେଁ, ୬ରେ ଓଡ଼ିଶା ଆସିବେ ରାହୁଲ: ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ଯିବ ନ୍ୟାୟ ଯାତ୍ରା

ଭୁବନେଶ୍ବର: ଆସନ୍ତାମାସ ୬ ତାରିଖ ସଂଧ୍ୟାରେ ଓଡ଼ିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ପୂର୍ବରୁ ଏଥିପାଇଁ ୧୪ ତାରିଖ ଧାର୍ଯ୍ୟ ହୋଇଥିଲା। ଏବେ କିନ୍ତୁ ଗସ୍ତ କାର୍ଯ୍ୟକ୍ରମରେ କାଣ୍ଟ୍‌ଛାଣ୍ଟ୍‌ ହୋଇଛି। ଏହାର ୮ଦିନ ପୂର୍ବରୁ ରାହୁଲଙ୍କ ପଦ ଯାତ୍ରା ସୁନ୍ଦରଗଡ଼ର ବୀରମିତ୍ରପୁରରେ ପହଞ୍ଚିବ। ରାଜ୍ୟ କଂଗ୍ରେସର ୩ଟି ସାଙ୍ଗଠନିକ ଜିଲ୍ଲା ଦେଇ ନ୍ୟାୟ ଯାତ୍ରା ଅତିକ୍ରମ କରିବ ବୋଲି ପିସିସି ପକ୍ଷରୁ କୁହାଯାଇଛି। ବୀରମିତ୍ରପୁରରେ ରାହୁଲଙ୍କୁ ସ୍ବାଗତ କରାଯିବ। ରାଜ୍ୟ କଂଗ୍ରେସର ୩ଟି ସାଙ୍ଗଠନିକ ଜିଲ୍ଲା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିଛି। ରାଉରକେଲାରେ ରାହୁଲ ଏକ ରୋଡ୍‌ ସୋ’ କରିବେ। ଓଡ଼ିଶାରେ ପ୍ରାୟ ୨ଶହ କି.ମିର ପଦଯାତ୍ରା କରାଯିବ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଗାମୀ ଦିନରେ ଭୁବନେଶ୍ବର ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବଡ଼ କାର୍ଯ୍ୟକ୍ରମ କରାଯିବ। ଏହାସହ ଜାତୀୟ କଂଗ୍ରେସର ଅନ୍ୟ ବଡ଼ ନେତାମାନେ ଓଡ଼ିଶାକୁ ଆସିବେ। ବିଜେଡି ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଜନସାଧାରଣ ଜାଣି ସାରିଲେଣି। ରାଜ୍ୟର ଜନସାଧାରଣ ତାତି ରହିଛନ୍ତି। ସରକାରଙ୍କୁ ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଝାଡ଼ଖଣ୍ଡର ଜାମସେଦପୁର ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ୪ ଜିଲ୍ଲାରେ ୩୪୧ କି.ମିର ପଦଯାତ୍ରା ରହିଥିଲା। କେନ୍ଦୁଝର ଜିଲ୍ଲା ଏବେ ନ୍ୟାୟ ଯାତ୍ରାରୁ ବାଦ୍ ପଡ଼ିଛି। ଉଲ୍ଲେଖ ଯେ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ୍। ସାଧାରଣ ନିର୍ବାଚନ ପୂର୍ବରୁ ନିଜର ସଂଗଠନ ସଜାଡ଼ିବା ସହିତ ରାହୁଲଙ୍କ ଗସ୍ତରୁ ଫାଇଦା ନେବାକୁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଦୁଇଦିନ ତଳେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ ଭୁବନେଶ୍ବରରେ ଆୟୋଜିତ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଯୋଗଦେଇ କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।