କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

୧୪ ତାରିଖ ସକାଳେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ,ବଦଳିପାରେ ରବିବାର ଏସ୍‌ଓପି

ପୁରୀ ୧୦।୦୨: କରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ବନ୍ଦ ଥିଲା । ଦୀର୍ଘ ୯ମାସ ପରେ ଏବ ଶ୍ରୀମନ୍ଦିର ଖୋଲିଛି । ଏଥିପାଇଁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯାଇଥିଲା । କିନ୍ତୁ ଏବ ସେହି ଏସଓପିରେ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । ରଥ ନିର୍ମାଣ ଅନୁକୂଳ, ଚନ୍ଦନଯାତ୍ରା, ସ୍ନାନଯାତ୍ରା, ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ାଯାତ୍ରା, ରଥ ଉପରେ ସୁନାବେଶ, ନାଗାବେଶ ଦର୍ଶନରୁ ଭକ୍ତମାନେ ଚଳିତବର୍ଷ ବଞ୍ଚିତ ହୋଇଛନ୍ତି । ଏବେ ପୁଣି ଥରେ ଆଶଙ୍କା ଜାତ ହୋଇଛି ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ ।

ଶ୍ରୀମନ୍ଦିର ଦର୍ଶନ ପାଇଁ ରାଜ୍ୟ ସରକାର କୋଭିଡ୍‌ ଗାଇଡଲାଇନରେ ମାସର ପ୍ରତି ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ଏସ୍‌ଓପି ଜାରି କରିଛନ୍ତି । ଏହି ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବା ସହ ସାଧାରଣ ଦର୍ଶନକୁ ବନ୍ଦ ରଖିବା ଏସ୍‌ଓପିରେ ସୂଚନା ରହିଛି । ତେଣୁ କଟକଣା ଆଗାମୀ ରବିବାର ଦିନକ ପାଇଁ ହଟା ନଗଲେ ଭକ୍ତମାନେ ପଦ୍ମବେଶ ଦର୍ଶନରୁ ବଞ୍ଚିତ ହେବା ନେଇ ଭକ୍ତ ଚିନ୍ତାରେ ରହିଛି । ଆସନ୍ତା ରବିବାର ଦର୍ଶନ ବନ୍ଦ କଟକଣାକୁ ସାମାନ୍ୟ କୋହଳ କରିବାକୁ ବିଚାର ବିମର୍ଶ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରବିବାର ଏସ୍‌ଓପି ମୁତାବକ ପଦ୍ମବେଶ ଦର୍ଶନ ବନ୍ଦ ରହିବ । ଯଦି ଆଗାମୀ ଦିନରେ ଏହି ନିୟମରେ କିଛି କୋହଳ କରାଯାଏ । ଆସନ୍ତା ୧୩ ତାରିଖ ପୂର୍ବରୁ ଏହି ନିଷ୍ପତ୍ତିକୁ ପୁନଃବିଚାର କରାଯାଇପାରେ । ଭକ୍ତଙ୍କ ଦର୍ଶନରେ ଆଉ ବାଧା ସୃଷ୍ଟି ନହେଉ ଏବଂ ଭକ୍ତଙ୍କୁ ପଦ୍ମବେଶର ଶ୍ରୀମୁଖ ଦର୍ଶନ ପାଇଁ ସୁଯୋଗ ଦେବାକୁ ବିଚାର ବିମର୍ଶ ବି ଚାଲିଥିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଫେବ୍ରୁଆରି ୧୩ ତାରିଖ ଶନିବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ହେବ । ବଡ଼ସିଂହାର ବେଶରେ ହିଁ ପ୍ରଭୁଙ୍କ ପଦ୍ମବେଶ ଶେଷ କରାଯିବ । ତା ପରଦିନ ଫେବ୍ରୁଆରୀ ୧୪ ରବିବାର ମଙ୍ଗଳଆଳତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରପାରିବେ । ଏହି ପୃଷ୍ଠଭୂମିରେ ଶ୍ରୀମନ୍ଦିର ସାନିଟାଇଜ କରିବାକୁ ପ୍ରତି ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ଏସ୍‌ଓପି ଚିନ୍ତାର କାରଣ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,