ଖେଳ ଦେଶ ବିଦେଶ

୧୨ ବର୍ଷ ପରେ ପୁଣି ଅନଓ୍ୱାଣ୍ଟେଡ୍ ରେକର୍ଡ ରିପିଟ୍ କଲେ ଭାରତୀୟ ଦଳ, ସିଡନୀ ଟେଷ୍ଟରେ ୩ ଖେଳାଳି ରନ୍ ଆଉଟ୍

ସିଡନୀ,୦୯/୦୧: ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି । ଫଳରେ ଟିମ୍ ଇଣ୍ଡିଆ ୨୪୪ ରନରେ ଅଲଆଉଟ୍ ହୋଇଯାଇଛି । ଏହାସହ କଙ୍ଗାରୁ ଟିମ୍ ପ୍ରଥମ ଇନିଂସରେ ୯୪ ରନରେ ଆଗରେ ରହିଛି ।

ଭାରତ ତରଫରୁ କେବଳ ଶୁଭମନ ଗିଲ୍ ଓ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତୀୟ ବ୍ୟାଟସମ୍ୟାନ୍ ଖରାପ ପ୍ରଦର୍ଶନ କରିଥିଲେ । ଏହାସହ ୩ ଜଣ ଖେଳାଳି ରନ୍ ଆଉଟ୍ ହୋଇଥିଲେ । ପ୍ରଥମ ଇନିଂସରେ ହନୁମା ବିହାରୀ ୪ ରନ୍, ଆର ଅଶ୍ୱିନ ୧୦ ଓ ଜସପ୍ରିତ ବୁମରାହ ୦ ରନ୍ କରି ରନଆଉଟ୍ ହୋଇଥିଲେ । ଫଳରେ ଦଳ ଏପରି ଲଜ୍ଜାଜନକ ରେକର୍ଡ ହାସଲ କରିଛି ଯାହା କେହି କରିବାକୁ ଚାହିଁବେ ନାହିଁ ।

ଟିମ୍ ଇଣ୍ଡିଆ ଟେଷ୍ଟ ଇତିହାସରେ ସପ୍ତମ ଥର ଗୋଟିଏ ଇନିଂସରେ ୩ ବା ତଦୁର୍ଦ୍ଧ ବ୍ୟାଟସମ୍ୟାନ୍ ରନ୍ ଆଉଟ୍ ହୋଇଛନ୍ତି । ଶେଷ ଥର ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ମୋହାଲି ଟେଷ୍ଟରେ ବିରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂ ଓ ଭିଭିଏସ ଲକ୍ଷ୍ମଣ ରନ୍ ଆଉଟ୍ ହୋଇଥିଲେ ।

ସିଡନୀ ଟେଷ୍ଟରେ ଭାରତୀୟ ଇନିଂସର ୬୮ ତମ ଓଭରରେ ନାଥନ ଲାୟନଙ୍କ ବଲରେ ହନୁମା ବିହାରୀ ମିଡ୍ ଅନରେ ସଟ୍ ଖେଳିଥିଲେ ।ଏହାପରେ ସେ ସିଙ୍ଗଲ୍ ନେବାକୁ ଦୌଡିଥିଲେ । କିନ୍ତୁ ଜୋସ୍ ହେଜଲଉଡ୍ ବାଇଭ୍ କରି ବଲ ଧରିବା ସହ ଓ୍ୱିକେଟରୁ ଥ୍ରୋ କରିଥିଲେ । ହନୁମା କ୍ରିଜରେ ପହଁଚି ପାରିନଥିଲେ । ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିବାକୁ ହୋଇଥିଲା ।

ସେହିପରି ପାଳିର ୯୩ ତମ ଓଭରରେ କ୍ୟାମରନ୍ ଗ୍ରୀନଙ୍କ ବଲରେ ଆର ଅଶ୍ୱିନ ମିଡଅଫରେ ଖେଳି ୧ ରନ୍ ନେବାକୁ ଚାହିଁଥିଲେ । ଫିଲ୍ଡିଂ କରୁଥିବା ପ୍ୟାଟ୍ କମିନ୍ସ କିପର୍ ଏଣ୍ଡକୁ ବଲ୍ ଫିଙ୍ଗିଥିଲେ । ଅଶ୍ୱିନ୍ କ୍ରିଜରେ ପହଁଚିବା ପୂର୍ବରୁ ଲାବୁସେନ୍ ଓ୍ୱିକେଟରେ ବଲ ଲଗାଇ ସାରିଥିଲେ ।

ଏତତ୍ ବ୍ୟତୀତ ୯୭ ତମ ଓଭରରେ ଜାଡେଜା ସଟ୍ ଖେଳି ୨ ରନ୍ ନେବାକୁ ପ୍ରୟାସ କରିଥିଲେ । ଲାବୁସେନ୍ ବୋଲିଂ ଏଣ୍ଡରେ ସିଧା ବଲକୁ ଥ୍ରୋ କରିଥିଲେ । ବୁମରାହ କ୍ରିଜରେ ପହଁଚିନଥିଲେ । ଏପରି ଭାବେ ସେ ଆଉଟ୍ ହୋଇଥିଲେ ।

ଗୋଟିଏ ଟେଷ୍ଟ ପାଳିରେ ଭାରତ ତରଫରୁ ଏବେସୁଦ୍ଧା ସର୍ବାଧିକ ୪ ଜଣ ଖେଳାଳି ରନ୍ ଆଉଟ୍ ହୋଇଛନ୍ତି । ୧୯୫୫ରେ ପାକିସ୍ତାନ ବିପକ୍ଷରେ ଭାରତ ଏହି ମ୍ୟାଚ୍ ଖେଳିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ