ଦେଶ ବିଦେଶ ମନୋରଞ୍ଜନ

୧୨ ବର୍ଷ ପରେ ଏକାଠି ନଜର ଆସିବେ ସଞ୍ଜୟ ଦତ୍ତ ଏବଂ ସୁନୀଲ ସେଟ୍ଟୀ ଏହି ଦୁଇ ଅଭିନେତା କରିବେ ସ୍କ୍ରିନ୍‌ ସେୟାର

ନୂଆଦିଲ୍ଲୀ ୩୦।୦୧ : ବଲିଉଡରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ସବୁବେଳେ ବଡ ପରଦାରେ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ଦୁଇ ଅଭିନେତା ଅଛନ୍ତି ଯିଏ ବଡ ପରଦାରେ ୧୨ ବର୍ଷ ହେଲାଣି ଏକାଠି ଦେଖବାକୁ ମିଳି ନାହାନ୍ତି । ସେ ହେଉଛନ୍ତି ସଞ୍ଜୟ ଦତ୍ତ ଏବଂ ସୁନୀଲ ଶେଟ୍ଟୀ। ଏହି ଦୁଇଜଣ ଦୀର୍ଘ ସମୟ ପରେ ଏକାଠି ଗୋଟିଏ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିବ । ସଞ୍ଜୟ ଏବଂ ସୁନୀଲଙ୍କୁ ଶେଷ ଥର ପାଇଁ ୨୦୧୦ ଫିଲ୍ମ ନୋ ପ୍ରୋବଲେମ୍‌ରେ ଦେଖିବାକୁ ମିଳିଥିଲା ​​।

ହେଲେ ଉଭୟ ସଞ୍ଜୟ ଓ ସୁନୀଲଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ସେମାନଙ୍କର ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଏହି ଦୁଇ ଅଭିନେତାଙ୍କୁ ସେମାନେ ପୁଣି ଥରେ ଗୋଟିଏ ଫିଲ୍ମରେ ଦେଖିପାରିବେ।ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିବେ । ଦୁହେଁ ଏକାଠି ‘କାଣ୍ଟେ’, ‘ଡସ୍’ ଏବଂ ‘ସୁଟଆଉଟ୍ ଏବଂ ଲୋଖଣ୍ଡୱାଲା’ ଭଳି ହିଟ୍ ଫିଲ୍ମରେ କାମ କରିଥିଲେ।

ନିର୍ଦ୍ଦେଶକ ସମୀର କାର୍ନିକ ଏକ ନୂଆ ଫିଲ୍ମ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଫିଲ୍ମର ନାଁ ସ୍ଥିର ହୋଇ ନାହିଁ। କିନ୍ତୁ ଏଥିରେ ସେ ଉଭୟ ସଞ୍ଜୟ ଓ ସୁନୀଲଙ୍କୁ ନେବେ ବୋଲି କହିଛନ୍ତି। ସୁନୀଲ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବାବା (ସଞ୍ଜୟ ଦତ୍ତ) ଏବଂ ମୁଁ ପୁଣି ଥରେ ଏକ ଫିଲ୍ମରେ କାମ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି। ଆମେ ବହୁ ବର୍ଷ ପରେ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛୁ । ଫିଲ୍ମର କାହାଣୀ ଖୁବ୍ ଭଲ ବୋଲି କହିଛନ୍ତି ସୁନୀଲ। ଏହାସହିତ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ