ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ: ଖୋଲିନି ଦୋକାନ ବଜାର, ଗାଡ଼ି ଚଳାଚଳ ଠପ୍

ବିଶୋଇ/ବାରିପଦା: ମୟୂରଭଞ୍ଜ ବନ୍ଦ ଡାକରାର ପ୍ରଭାବ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି। ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଉପଖଣ୍ଡର ବିଶୋଇ, ଜଶିପୁର,ବହଳଦା ସମେତ ଅନେକ ଅଞ୍ଚଳରେ ଆଜି ଏଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି। ମୋଟାମୋଟି ଭାବେ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି।
ଉଲ୍ଲେଖଯୋଗ୍ୟ, ଅଲ୍ଚିକି, ହୋ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନ୍ୟାୟ ଦାବିରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ (ଜେଏଏମ୍ଏମ୍)ର ଆହ୍ୱାନକ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ଜିଲ୍ଲା ପେସା ସମନ୍ୱୟ କମିଟି, ମାସା ଆର୍ମି, ଭଞ୍ଜସେନା ଆଦିବାସୀ ସେଲ୍, ମୁଣ୍ଡାରୀ ସମାଜ ସାୱାର ଜାମଡ଼ା, ମାଝୀ ପାର୍ଗାନା ମାହାଲ, ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ‘ଓଡ଼ିଶା ଆସେକା ଆଦି ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି। ବନ୍ଦ ପାଳନରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରଖିବା ଲାଗି ସଙ୍ଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କରାଯାଇଛି।
ସୂଚନାଥାଉକି, ରାଜ୍ୟ ସରକାର ୨୦୦୭ ମସିହାରେ ଅଲ୍ଚିକି ଭାଷା ଶିକ୍ଷକ ଓ ୨୦୦୯ ମସିହାରେ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଅନ୍ୟ ଶିକ୍ଷକଙ୍କ ଭଳି ଅଲ୍ଚିକି ଓ ମୁଣ୍ଡାରୀ ଭାଷା ଶିକ୍ଷକମାନେ ଦୀର୍ଘଦିନରୁ ଶିକ୍ଷାଦାନ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ନିୟମିତ କରୁନାହାନ୍ତି। ଏହାର ପ୍ରତିବାଦରେ ଭାଷା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧ ମାସ ଧରି ଧାରଣାରେ ବସିଥିଲେ। ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସାନ୍ତାଳୀ ଭାଷାଭାଷୀ ଶିକ୍ଷକମାନେ ନିଯୁକ୍ତିପତ୍ର ଫେରାଇ ଦେବା ଉଦ୍ଦେଶ୍ୟରେ ଗତ ୧୫ ତାରିଖରୁ ମୟୂରଭଞ୍ଜ ମାଟିରୁ ନବୀନ ନିବାସ ଯାଏ ପଦଯାତ୍ରାରେ ବାହାରିଛନ୍ତି। ଅନ୍ୟପକ୍ଷରେ ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ହୋ ଓ ମୁଣ୍ଡାରୀ ଭାଷାର ବହୁଭାଷୀ ଶିକ୍ଷକଙ୍କୁ ନିୟମିତ କରାଯାଇଥିଲେ ସୁଦ୍ଧା ସରକାରୀସ୍ତରରେ ଅବ୍ୟବସ୍ଥା ଯୋଗୁ ସେମାନେ ନିଜ ଭାଷାରେ ବିଦ୍ୟାଳୟରେ ପଢ଼ାଇ ପାରୁନାହାନ୍ତି। ବହୁ ଭାଷାଭାଷୀ ଶିକ୍ଷକମାନଙ୍କ ପ୍ରତି ସରକାରୀ ଉଦାସୀନତାକୁ ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ ତୀବ୍ର ନିନ୍ଦା କରିବା ସହିତ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।