ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨୨ ବର୍ଷରେ ସବୁଠୁ ଗରମ ଡିସେମ୍ବର

ଭୁବନେଶ୍ବର : ହିମେ କାର୍ତ୍ତିକ ମାର୍ଗଶିର.. ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ… ଦେହରେ ରଖ ଶୀତବାସ।

ଆଉ ମାର୍ଗଶିରରେ ଶିଶିର ପଡ଼ୁନାହିଁ କି ପୌଷରେ ଶୀତବାସ ଲୋଡ଼ା ପଡ଼ୁନାହିଁ। ଚଳିତ ବର୍ଷ ମାର୍ଗଶିର ଓ ପୌଷ (ଡିସେମ୍ବର‌)ରେ ଶୀତବସ୍ତ୍ର ତ ଦୂର କଥା ଫ୍ୟାନ୍‌ ନ ଲଗେଇଲେ ଶୋଇ ହେଉନଥିଲା। କାରଣ ଡିସେମ୍ବରରେ ଶୀତ ନଥିଲା, ଥିଲା ଉଷ୍ମତା। ଉଷ୍ମତା ଏତେ ଥିଲା ଯେ, ତାହା ୧୨୨ ବର୍ଷର ରେକର୍ଡ ଭାଙ୍ଗି ଦେଇଥିଲା।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ମୁତାବକ, ଗତ ମାସ (ଡିସେମ୍ବର)ରେ ଦେଶର ପୂର୍ବାଞ୍ଚଳ ସମେତ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିଲା। ଓଡ଼ିଶା ମଧ୍ୟ ସେହି ଉଷ୍ମତାର ଭାଗୀଦାର ହୋଇଥିଲା। କିନ୍ତୁ ଉତ୍ତର ଭାରତରେ କିଛି ଦିନ ପାଇଁ ପ୍ରବଳ ଶୀତ ଲହରି ପ୍ରବାହିତ ହୋଇଥିଲା। ଏହି ଡିସେମ୍ବରରେ ଦେଶର ସ୍ବାଭାବିକ ତାପମାତ୍ରା ୨୧.୪୯ ଡିଗ୍ରି ରେକର୍ଡ ହୋଇଛି। ଯାହାକି ୧୨୨ ବର୍ଷରେ ସର୍ବାଧିକ।

୨୦୦୮ରେ ଡିସେମ୍ବରର ସ୍ବାଭାବିକ ତାପମାତ୍ରା ସର୍ବାଧିକ ୨୧.୪୬ ଡିଗ୍ରି ରେକର୍ଡ ହୋଇଥିବା ତାହାକୁ ବି ୨୦୨୨ ଡିସେମ୍ବରର ଉଷ୍ମତା ଅତିକ୍ରାନ୍ତ କରିଯାଇଥିବା ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗର ତଥ୍ୟ କହୁଛି, ଯଦିଓ ଉତ୍ତର ଭାରତରେ ଶୀତ ପ୍ରକୋପ ଅନୁଭୂତ ହୋଇଛି, କିନ୍ତୁ ପୂର୍ବାଞ୍ଚଳ ସମେତ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ଯୋଗୁଁ ସାରା ଦେଶର ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇଛି। ମହାରାଷ୍ଟ୍ର ଡିସେମ୍ବରରେ ଅଧିକ ତାପମାତ୍ରା ରେକର୍ଡ କରିବା ‌ଯୋଗୁଁ ଦେଶର ଅଧିକାଂଶ ଅଂଶ ଯଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଆଦି ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୭ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା। ଦକ୍ଷିଣ ଭାରତରେ ପୂର୍ବା ପବନର ପ୍ରବାହ ଯୋଗୁଁ ଡିସେମ୍ବରର ପ୍ରଥମାର୍ଦ୍ଧରେ ମହାରାଷ୍ଟ୍ରର ତାପମାତ୍ରା ବଢ଼ିଥିଲା। ସେହି ସମୟରେ ଉତ୍ତର କୋଙ୍କଣ ଓ କେନ୍ଦ୍ରୀୟ ଭାରତର ଆକାଶ ମଧ୍ୟ ମେଘୁଆ ରହିଲା। ଫଳରେ ଦେଶର ଉଷ୍ମତା ବଢ଼ିବା ସହ ଦେଶକୁ ଶୀତ ଆସିବାରେ ବିଳମ୍ବ ହୋଇଥିଲା। ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଡିସେମ୍ବର ୧୫ ସୁଦ୍ଧା ନା କୌଣସି ଶୀତ ଦିନ ଆସିଥିଲା ନା ଶୀତ ଲହରି ପ୍ରବାହିତ ହୋଇଥିଲା। ଏପରିକି କୁହୁଡ଼ି ମଧ୍ୟ ପଡ଼ିନଥିଲା। ଡିସେମ୍ବର ୧୮ରେ ପ୍ରଥମେ ପଞ୍ଜାବ, ହରିୟାନା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତର ରାଜସ୍ଥାନ ଭଳି ଦେଶର ଉତ୍ତର-ପଶ୍ଚିମ ଅଂଶରେ ଶୀତ ଲହରି ପ୍ରବାହିତ ହୋଇଥିଲା।

ଆଇଏମ୍‌ଡି କରିଛି, ଗତ ଡିସେମ୍ବରରେ ଦେଶର ସର୍ବୋଚ୍ଚ ତାପମାତ୍ରା ଥିଲା ୨୭.୩୨ ଡିଗ୍ରି ଯାହାକି ସ୍ବାଭାବିକ ତାପମାତ୍ରା ୨୬.୫୩ ଡିଗ୍ରିଠାରୁ ୦.୭୯ ଡିଗ୍ରି ଅଧିକ। ସେହିଭଳି ସର୍ବନିମ୍ନ ତାପମାତ୍ରା ଥିଲା ୧୫.୬୫ ଡିଗ୍ରି ଯାହାକି ସ୍ବାଭାବିକ ତାପମାତ୍ରା ୧୪.୪୪ ଡିଗ୍ରିଠାରୁ ୧.୨୧ ଡିଗ୍ରି ଅଧିକ। ଅନ୍ୟପଟେ ଡିସେମ୍ବରର ସ୍ବାଭାବିକ ତାପମାତ୍ରା ୨୦.୪୯ ଡିଗ୍ରି ହୋଇଥିବା ବେଳେ ଗତ ଡିସେମ୍ବରରେ ରେକର୍ଡ ହୋଇଛି ୨୧.୪୬ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ୧ ଡିଗ୍ରି ଅଧିକ। ୧୨୨ ବର୍ଷରେ ଗତ ଡିସେମ୍ବରର ସର୍ବାଧିକ ତାପମାତ୍ରା ଦେଶରେ ଦ୍ବିତୀୟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।