ଅପରାଧ

୧୨୦ ଷ୍ଟଲ୍‌ରେ ୨୭ରାଜ୍ୟର ଆଦିବାସୀ ସାମଗ୍ରୀ, କଟକରେ ପ୍ରଥମ: କିଲ୍ଲା ପଡ଼ିଆରେ ଜାତୀୟ ଆଦିବାସୀ ମେଳା ଉଦ୍‌ଘାଟିତ

କଟକ: ସପରିଚୟ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍‌ ସମ୍ମୁଖ କିଲ୍ଲା ପଡ଼ିଆରେ ଜାତୀୟ ଆଦିବାସୀ ମେଳା ଶୁକ୍ରବାର ସଂଧ୍ୟାରେ ଉଦ୍‌ଘାଟିତ ହୋଇଛି। କଟକ ସହରରେ ଆଦିବାସୀ ମେଳା ପ୍ରଥମଥର ପାଇଁ ଆୟୋଜିତ ହେଉଥିବାରୁ ପ୍ରଥମ ଦିନ ବି ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ‌ଦେଖାଦେଇଥିଲା। ମୁଖ୍ୟ ଅତିଥି ଭାବ‌େ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମେଳାକୁ ଉଦ୍‌ଘାଟନ କରି ସଂସ୍କୃତି ନଗରୀ କଟକରେ ଏଭଳି ମେଳା ପ୍ରତିବର୍ଷ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମେୟର୍‌ ସୁବାସ ସିଂହ, ଜାତୀୟ ଆଦିବାସୀ ମେଳାକୁ ପୂର୍ଣ୍ଣ ସମର୍ଥନ କରିବାକୁ କଟକବାସୀଙ୍କୁ ଆହ୍ବାନ ଦେଇଥିବା ବ‌େଳେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବା‌ଶିଷ ସାମନ୍ତରାୟ ଏହି ମେଳାକୁ ଆହୁରି ବ୍ୟାପକ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରା, ଡେପୁଟି ମେୟର୍‌ ଦମୟନ୍ତୀ ମାଝୀ, ‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ ନଗର ସଂଯୋଜକ ରଞ୍ଜନ କୁମାର ବିଶ୍ବାଳ, ୧୬ନଂ ୱାର୍ଡ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ୧୪ନଂ ୱାର୍ଡ କର୍ପୋ‌ରେଟର ବସନ୍ତ ବେହେରା, କର୍ମଚାରୀ ନେତା ରାଜୀବ ମହାନ୍ତି ପ୍ରମୁଖ କଟକ ସହରରେ ପ୍ରଥମଥର ପାଇଁ ଜାତୀୟ ଆଦାବାସୀ ମେଳା ପଡ଼ିଥିବାରୁ ଆୟୋଜକ ସପରିଚୟ ଫାଉଣ୍ଡେସନ୍‌ର କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ସପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁବାଶି‌ଷ ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନ ସମାରୋହ ପରେ କୋରାପୁଟ ଦୂରୁଆ ସଂପ୍ରଦାୟର ଆଦବାସୀମାନେ ପାରମ୍ପରିକ ଦଳଗତ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ଫାଉଣ୍ଡେସନ୍‌ର ପ୍ରତି‌ଷ୍ଠାତା ସଦସ୍ୟ ସୁବୀର ପାଲ, ଧୀରେନ୍ ପରିଡ଼ା ଓ ଶାଶ୍ବତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମେଳାରେ ୨୭ଟି ରାଜ୍ୟର ଆଦିବାସୀମାନେ ୧୨୦ଟି ଷ୍ଟଲ୍‌ରେ ସେମାନଙ୍କ ପାରମ୍ପରିକ ଉତ୍ପାଦ, ସାଜସଜା ସାମଗ୍ରୀ, ଖାଦ୍ୟ ପଦାର୍ଥ, ଅଳଙ୍କାର ଆଦି ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ପ୍ରତିଦିନ ସଂଧ୍ୟାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଆଦିବାସୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିବାର ବ୍ୟବସ୍ଥା ହୋଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଆଦିବାସୀ ‌ଚାଲୁରହିବ।

ଓଡ଼ିଶା, ସିକିମ୍, ଝାଡ଼ଖଣ୍ଡର ପାରମ୍ପରିକ ଆଦିବାସୀ ଖାଦ୍ୟ
ଜାତୀୟ ଆଦିବାସୀ ମେଳାରେ ତିନିଟି ସ୍ବତନ୍ତ୍ର ଷ୍ଟଲ୍‌ରେ ପାରମ୍ପରିକ ଆଦିବାସୀ ଖାଦ୍ୟ ଉପଲବ୍‌ଧ ହେଉଛି। ଏସବୁ ଖାଦ୍ୟର ବୈଶିଷ୍ଟ ହେଉଛି, ଆଦିବାସୀ ଅଞ୍ଚଳରେ ଉତ୍ପନ୍ନ ହେଉଥିବା ଜୈବ୍ୟ ଉତ୍ପାଦ(ଅର୍ଗାନିକ୍ ପ୍ରଡକ୍ଟ)କୁ ବ୍ୟବହାର କରି ଓ ଆଦିବାସୀ ପ୍ରଣାଳୀରେ ତିଆରି କରାଯାଉଛି। ମେଳାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ହେମା ଏକ୍‌କା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଥାଗୁନ୍‌ ରୁଟି-ଚିକେନ୍ କସା, କାଙ୍ଗୁ ଚାଉଳ କ୍ଷୀରି, ମାଣ୍ଡିଆ ସୁପ୍‌, ଚିକେନ୍ ଲିଭର୍‌ ମସଲା, ବଡ଼ ମାଛ ଫ୍ରାଏ, କଳଦୀ ଟିକା ଆଦି ତିଆରି କରୁଛନ୍ତି। ହେମାଙ୍କ କହିବା ଅନୁସାରେ, ଏସବୁ ଖାଦ୍ୟ ସଂପୂର୍ଣ୍ଣ ଆଦିଦାସୀଙ୍କ ଜୈବ୍ୟ ଉତ୍ପାଦରୁ ଓ ଆଦିବାସୀ ଶୈଳୀରେ ଆମେ ତିଆରି କରୁଛୁ। ଭୁବନେଶ୍ବର, ଚଣ୍ଡିଗଡ଼, ଦିଲ୍ଲୀରେ ଏସବୁ ଖାଦ୍ୟର ଖୁବ୍ ଚାହିଦା ରହିଥିବା ବେଳେ କଟକରେ ପ୍ରଥମଥର ପାଇଁ ପଡ଼ୁଥିବାରୁ କଟକବାସୀଙ୍କ ପସନ୍ଦକୁ ଅପେକ୍ଷା କରିଛୁ। ସେହିପରି ସିକିମ୍‌ର ମୋମତାମିତ୍‌ ଲିପ୍‌ଚା ଆଦିବାସୀ ସିକିମ୍‌ ମୋମୋ-ହର୍ବାଲ ଚଟ୍‌ନି, ସେଲ୍‌ ରୋଟି ଆଦି ପାରମ୍ପରିକ ଆଦିବାସୀ ଖାଦ୍ୟ ଆଣିଛନ୍ତି। ଝାଡ଼ଖଣ୍ଡର ସବିତା ସୋର‌ଙ୍ଗ୍‌ ମଧ୍ୟ ଦୁସ୍କ ପିଠା- ଚଣା ତରକାରୀ, ମାଣ୍ଡିଆ ପିଠା(ଚକୁଳି), ଚଲା ରୁଟି ଆଦି ଆଦିବାସୀ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି।

NewsLaxmi7

About Author

You may also like

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ
ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି