ଅପରାଧ ରାଜ୍ୟ

‘୧୧ ଜଣ ଓକିଲଙ୍କୁ ପୁଲିସ ନୃଶଂସ ଭାବେ ପିଟିଛି’

ସମ୍ବଲପୁର : ଗିରଫ ଓକିଲମାନଙ୍କ ସହିତ ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି। ଗିରଫ ୧୧ ଓକିଲଙ୍କୁ ନୃଶଂସ ଭାବେ ବାଡ଼େଇଛି। କେତେକ ଓକିଲଙ୍କ ଶରୀରରୁ ଏପର୍ଯ୍ୟନ୍ତ ଫୁଲାଯାଇ ନାହିଁ। ପୁଲିସର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଭୁବନେଶ୍ବର ଓକିଲ ସଂଘର ପୂର୍ବତନ ସଭାପତି ନିର୍ମଳ କିଶୋର ରଥ ଆଜି ଏଠାରେ ଅଭିଯୋଗ କରିଛନ୍ତି।

ଗତ ୧୨ ତାରିଖର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାରେ ଗିରଫ ସମ୍ବଲପୁର ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଦୀପ ବହିଦାରଙ୍କୁ ଭେଟିବା ପରେ ନିର୍ମଳ ରଥ କହିଲେ, ଆଜି ସକା‌ଳେ ଓକିଲ ସଂଘ ପରିସରରେ ଏହାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ଆମେ ଜିଲ୍ଲା ଜଜ୍, ଉତ୍ତରାଂଚଳ ପୁଲିସ ଆଇଜି ଏବଂ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ପୁଣି ଶାନ୍ତିପୂର୍ଣ୍ଣ ବାତାବରଣ ଯେମିତି ଫେରିଆସିବ ସେଦିଗରେ ପଦକ୍ଷେପ ନେବା ପାଇଁ ନିବେଦନ କରିଛୁ। ପୁଲିସ ଗିରଫ ଆଇନଜୀବୀମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ନୃଶଂସ ଭାବେ ପିଟିଛି। ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହିତ ସେ ନିଜେ ଜେଲ୍‌ ହାଜତରେ ଥିବା ଓକିଲମାନଙ୍କୁ ଭେଟି ଏହା ଦେଖିବା ପାଇଁ ମଧ୍ୟ ନିବେଦନ କରିଛୁ। ପୁଲିସ ପ୍ରତିଶୋଧ ପରାୟଣ ହୋଇ ଏଭଳି ପଦକ୍ଷେପ ନେଇଛି। ସରକାର ପୁଣି ୧୦ ବର୍ଷ ତଳ ପୁରୁଣା ତତ୍କାଳୀନ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ଓକିଲମାନଙ୍କୁ ଛନ୍ଦିବା ପାଇଁ କ୍ରାଇମ ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏହାଦ୍ବାରା ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ଜଟିଳ ହେବ। ଆଉ ଏମିତି କୌଣସି ପଦକ୍ଷେପ ଆଉ ନିଆ ନଯାଉ, ଯଦ୍ବାରା ସ୍ଥିତି ଆହୁରି ବିଗିଡ଼ିବ‌ ବୋଲି ଶ୍ରୀ ରଥ କହିଥିଲେ।

ଭୁବନେଶ୍ବର ଓକିଲ ସଂଘର ସାଧାରଣ ସଂପାଦକ ରାଜକିଶୋର ଦାସ କହିଲେ, ଗିରଫ ଓକିଲଙ୍କ ପ୍ରତି ପୁଲିସ ଅମାନବୀୟ ବ୍ୟବହାର କରିଛି। ୧୪୪ ଧାରା ଉଠାଇବା ସହିତ ଏଠାରେ ଯେମିତି ସ୍ବାଭାବିକ ବାତାବରଣ ଫେରିଆସିବ ଏବଂ ଲୋକେ ଯେମିତି ଆଗକୁ ଅସୁବିଧା ନଭୋଗିବେ, ‌ସେସବୁକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପୁଲିସ ଆଇଜି ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ବାଲେଶ୍ବର ଓକିଲ ସଂଘର ସଭାପତି ମ ନୋଜ ନାୟକ, ନୀଳଗିରି ଓକିଲ ସଂଘର ପୂର୍ବତନ ସଭାପତି କିଶୋର ଷଡ଼ଂଗୀଙ୍କ ସହିତ ଜିଆ ଉଲ୍‌ ହକ୍, ମହମ୍ମଦ ଇସଲାମ, ଅଶୋକ କୁମାର ବଡ଼ପଣ୍ଡା, ଶିବପ୍ରସାଦ ସାହୁ ଏବଂ ବିଭିନ୍ନ ଓକିଲ ସଂଘର ସଦସ୍ୟମାନେ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

ଅନ୍ୟପକ୍ଷରେ ଆଇନଜୀବୀମାନଙ୍କୁ ପୁଲିସ ପିଟିଥିବା ଅଭିଯୋଗ ସଂର୍ପକରେ ଏସ୍‌ପି ବି.ଗଂଗାଧରଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ପୁଲିସ ପକ୍ଷରୁ କୌଣସି ଗିରଫ ଆଇନଜୀବୀଙ୍କୁ ମାଡ଼ ଦିଆଯାଇନାହିଁ। ତାଙ୍କ ନିକଟରେ ବି କେହି ଏ ସଂପର୍କରେ ଅଭିଯୋଗ କରିନଥିବା ସେ କହିଛନ୍ତି।
୧୨ ତାରିଖ ଘଟଣାରେ ଆଜି ଆଇନଜୀବୀ ମନୋଜରଂଜନ ପଣ୍ଡା ଆତ୍ମସମର୍ପଣ କରିଥିବା କହାଯାଇଛି। ଏଥିସହିତ କୋର୍ଟଚାଲାଣ ହୋଇଥିବା ଆନ୍ଦୋଳନକାରୀଙ୍କ ସଂଖ୍ୟା ୩୭ରେ ପହଂଚିଛି। ଏମାନଙ୍କ ମଧ୍ୟରେ ସର୍ବମୋଟ ୨୮ ଜଣ ଆଇନଜୀବୀ ରହିଛନ୍ତି। ଶନିବାର ସନ୍ଧ୍ୟାରେ ୧୪୪ ଧାରା ଉଠିଥିବା ବେଳେ ଆଜି ପୁଣି ଗୋଟିଏ ଦିନ ପାଇଁ ୧୪୪ ଧାରା ଲଗାଯାଇଛି। ଅପରପକ୍ଷରେ ସମ୍ବଲପୁର ଓକିଲ ସଂଘର କୌଣସି ସଦସ୍ୟ ଏପର୍ଯ୍ୟନ୍ତ କୋର୍ଟକାର୍ଯ୍ୟରେ ଯୋଗ ଦେଇନାହାନ୍ତି। କୋର୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପଟେ ସମ୍ବଲପୁର ଓକିଲ ସଂଘର ମନୋବଳ ବଢ଼ାଇବା ପାଇଁ ପ୍ରତିଦିନ ବିଭିନ୍ନ ଜିଲ୍ଲାର ଓକିଲମାନେ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଆଜି ରାଜ୍ୟର ବିଭିନ୍ନ ଓକିଲ ସଂଘର ୨୦ ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ଆସିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।