ଅପରାଧ ରାଜ୍ୟ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ, ୨ଟି ବଳଦ ଓ ୨ଟି କୋକିସିଆଳି ମୃତ

ବାଂଶପାଳ ୧।୬: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ, ୨ଟି ବଳଦ ସମେତ ୨ଟି କୋକିଶିଆଳିଙ୍କ ମୃତ୍ୟୁ ଘଟିଛି। ମୃତକ ନୟାକୋଟ ଗ୍ରାମର ନଳ ପଲେଇଙ୍କ ପୁଅ କର୍ମୁ ପଲେଇ ।

ସୂଚନାଯୋଗ୍ୟ ଯେ, ଗ୍ରାମର ନଳ ପଲେଇଙ୍କ ୧୬ ବର୍ଷର ସାନ ପୁଅ କର୍ମୁ ପଲେଇ ବୁଧବାର ସକାଳେ ନିଜ କ୍ଷେତକୁ ହଳ କରିବାକୁ ବଳଦ ନେଇ ଯାଇଥିଲେ । ପୋଖରୀ ହୁଡା ତଳେ ଖୁଣ୍ଟରୁ ଛିଡି ତଳେ ପଡିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ୨ ବଳଦ ୨ କୋକିଶିଆଳି ସହିତ କର୍ମୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। କିଛି ସମୟ ପରେ ତାଙ୍କ ବାପା ନଳ ପଲେଇ କ୍ଷେତକୁ ଯାଉଥିବା ବେଳେ କର୍ମୁ ସହିତ ୨ ବଳଦ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ନୟାକୋଟ ପୋଲିସକୁ ଖବର ଦେଇଥିଲେ । ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ନୟାକୋଟ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନାବାଳକଙ୍କ ମୃତ୍ୟୁକୁ ନେଇ ସିଧା ସଳଖ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନେକ ଦିନ ହେବ ପୋଖରୀ ହୁଡା ଉପରେ ଯାଇଥିବା ବିଦ୍ୟୁତ ଖୁଣ୍ଟରୁ ତାର ଛିଡି ତଳେ ପଡି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।