ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧୧ବର୍ଷୀୟା ଗର୍ଲଫ୍ରେଣ୍ଡକୁ ନେଇ ଘରୁ ଫେରାର ହେଲା ୧୪ବର୍ଷୀୟ ନାବାଳକ : ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ ୧୭/୧୧: ଜଣେ ୧୪ବର୍ଷର ନାବାଳକ ନିଜ ୧୧ବର୍ଷର ଗର୍ଲଫ୍ରେଣ୍ଡକୁ କାରରେ ନେଇ ଘରୁ ଫେରାର ହୋଇ ଯାଇଛି। ପୁଅଟି ଚୁପ୍ କରି ବାପାଙ୍କ କାର୍ ବାହାର କରିଥିଲା ଏବଂ ନିଜେ ଡ୍ରାଇଭ କରି ଘରୁ ଫେରାର ହୋଇ ଯାଇଥିଲା। ସେ ହାଇଓ୍ବେରେ ଦୃତ ବେଗରେ କାର୍ ଚଲାଇଥିଲା।

୧୧ବର୍ଷର ଗର୍ଲଫ୍ରେଣ୍ଡକୁ ସାଥିରେ ନେଇ ଘରୁ ଚାଲିଯିବାର ଘଟଣାଟି ଘଟିଛି ଆମେରିକାରେ। ସେହିପରି ନାବାଳକଟି ତା ଗର୍ଲଫ୍ରେଣ୍ଡକୁ ତାଙ୍କ ଘରକୁ ଆସି ନିଜ ସହ ନେଇଯାଇଥିଲା। ୧୯୦୦କିଲୋମିଟର ପହଞ୍ଚି ସାରିଥିବା ପରେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା।

୧୪ବର୍ଷୀୟ ବାଳକର ନାଁ କେଭିନ୍ ଫିଗୁରୋସ୍। ସେ ନ୍ୟୁୟର୍କରୁ ଆୟୋଭା ରାଜ୍ୟକୁ ପହଞ୍ଚିଯାଇଥିଲା। ରବିବାର ଆୟୋଭାରେ ତାକୁ ଧରାଯାଇଥିଲା। ଏବେ ତାକୁ ନ୍ୟୁୟର୍କ ଆଣିବାକୁ ପ୍ରସ୍ତୁତି କରାଯାଉଛି।

ଗୁରୁବାର ନାବାଳକଙ୍କ ପରିବାର ଲୋକେ ତାଙ୍କ ପୁଅ ନିଖୋଜ ହେବାର ସୂଚନା ପୋଲିସକୁ ଦେଇଥିଲେ। ନାବାଳକ ନିଜ ବାପାଙ୍କ ଟୋୟୋଟା ମିନିଭ୍ୟାନ୍ ନେଇ ଘରୁ ଚାଲି ଯାଇଥିଲା।

ପୋଲିସର କହିବା ଅନୁସାରେ ସେହି ରାସ୍ତାରେ ସ୍ପିଡ ଲିମିଟ୍ ପ୍ରତି ଘଣ୍ଟାକୁ୧୦୪ କିମି ଥିବାବେଳେ ପୁଅଟି ପ୍ରତି ଘଣ୍ଟାକୁ ୧୫୦କିମି ବେଗରେ ଗାଡ଼ି ଚଲାଇଥିଲା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ