ଦେଶ ବିଦେଶ ସ୍ୱାସ୍ଥ୍ୟ

୧୧ଟି ରାଜ୍ୟରେ ୫୦ ହଜାର ଲେଖାଏଁ ସକ୍ରିୟ ଆକ୍ରାନ୍ତ ଅଛନ୍ତି

ନୂଆଦିଲ୍ଲୀ : ଦେଶର ୧୧ଟି ରାଜ୍ୟରେ ୫୦ ହଜାର ଲେଖାଏଁରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୧୪ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ଲେଖାଏଁ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଓ ଅବଶିଷ୍ଟ ୧୧ଟି ରାଜ୍ୟରେ ୧୦ ହଜାରରୁ କମ ସକ୍ରିୟ ଆକ୍ରାନ୍ତ ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ରହିଛି । ସେହିପରି ଆନ୍ଧ୍ର, ଗୁଜୁରାଟ ଓ ତାମିଲନାଡୁରେ ୧ ଲକ୍ଷ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ, ଟିକାକରଣ ଯୋଗୁଁ ଚଳିତ ୩ୟ ଲହରରେ ମୃତକ ଓ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ୨ୟ ଓ ୩ୟ ଲହର ମଧ୍ୟରେ ତୁଳନା କରି ସେ କହିଛନ୍ତି ଯେ ୭ ମଇ ୨୦୨୧ରେ ୨ୟ ଲହର ଶିଖର ଛୁଇଁଥିଲା । ସେହିଦିନ ୪ ଲକ୍ଷ ୧୪ ହଜାର ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୬୭୯ ଜଣ ମୃତ୍ୟୁବରଣ କରିଥିଲେ । ୩ୟ ଲହରରେ ଗତ ୨୧ ଜାନୁଆରିରେ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ମାତ୍ର ୪୩୫ ଜଣ ମୃତ୍ୟୁବରଣ କରିଥିଲେ । ଦେଶରେ ଏବେ ୭୫ ପ୍ରତିଶତ ସଂପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତି ଥିବାରୁ ସଂକ୍ରମଣର ଜଟିଳତା ହ୍ରାସ ପାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ