ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

୧୧ଟି ଜେଲ୍‌ର ୬୦ ଜଣ କଏଦୀ ଦେବେ ମାଟ୍ରିକ ପରୀକ୍ଷା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ବୋର୍ଡ ଅଫ୍ ସେକେଣ୍ଡାରି ପକ୍ଷରୁ ଆସନ୍ତା ମାସ ୧୦ ତାରିଖରେ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଘୋଷଣା କରାଯିବା ପରେ ସବୁ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀମାନେ ପରୀକ୍ଷା ଦେବେ। ବିଭିନ୍ନ ଜେଲରେ ଥିବା ୬୦ ଜଣ କଏଦୀ ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜେଲ ବିଭାଗ ପକ୍ଷରୁ ଜେଲ୍ ସଂସ୍କାରରେ ଅଣାଯାଉଥିବା କାର୍ଯ୍ୟକ୍ରମରେ ଏହି କଏଦୀମାନେ ପରୀକ୍ଷା ଦେବେ ବୋଲି ଜେଲ ସୂତ୍ରରୁ ସୂଚନା ମିଳିଛି।

୨୦୨୨ ମସିହାରେ ଏହି ଜେଲ ସଂସ୍କାର କାର୍ଯ୍ୟକ୍ରମରେ ୧୪୭ ଜଣ କଏଦୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୧୦ ଜଣ ପାସ୍ କରିଥିଲେ। ୨୦୨୧ ମସିହାରେ ୬୩ ଜଣ କଏଦୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୧୩ ଜଣ ପାସ କରିଥିଲେ। ଝାରପଡ଼ା ସ୍ବତନ୍ତ୍ର ଜେଲର ଜେଲର ସନ୍ତୋଷିନୀ ଦାଶ କହିଛନ୍ତି, ପରୀକ୍ଷା ଦେଉଥିବା କଏଦୀମାନେ କେବଳ ଝାରପଡ଼ା ଜେଲର ଅନ୍ତେବାସୀ ବା କଏଦୀ ନୁହଁନ୍ତି। ସେମାନେ ରାଜ୍ୟର ବିଭିନ୍ନ ଜେଲ ଓ ସବଜେଲରୁ ଏଠାକୁ ଆସିଥାନ୍ତି। ଚଳିତ ବର୍ଷ ରାଜ୍ୟର ଖୋର୍ଧା, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କୁଜଙ୍ଗ, ଜଗତସିଂହପୁର, ଯାଜପୁର ଓ ପୁରୀ ଜେଲରେ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହୋଇଥିବା କଏଦୀ ଏବଂ ବିଚାର ବିଭାଗ ହାଜତରେ ଥିବା କଏଦୀମାନେ ପରୀକ୍ଷା ଦେବାକୁ ଏଠାକୁ ଆସିବେ ବୋଲି ଜେଲର ଶ୍ରୀମତୀ ଦାଶ କହିଛନ୍ତି। ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ବର ଅଣାଯିବା ପରେ ସେମା‌ନେ ଏଠାରେ ପରୀକ୍ଷା ଦେବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।