ଦେଶ ବିଦେଶ

୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଲା ମାଆ; ଘରେ ପଡ଼ିରହି ପଚିଲା ଶବ

ମୋରିସ୍‌ଭିଲ୍‌: ୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଥିବା କାରଣରୁ ଆମେରିକାର ଉତ୍ତର କେରୋଲିନା ଅନ୍ତର୍ଗତ ମୋରିସ୍‌ଭିଲ୍‌ ସହରରେ ରହୁଥିବା ପ୍ରିୟଙ୍କା ତିୱାରୀ ନାମ୍ନୀ ଜଣେ ଭାରତୀୟ ମହିଳାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି।

ବୁଧବାର ଦିନ ମୋରିସ୍‌ଭିଲ୍‌ସ୍ଥିତ ବାସଭବନରୁ ତାଙ୍କ ପୁଅର ଗଳିତ ଶବ ଉଦ୍ଧାର କରାଯାଇଛି। ସେଦିନ ସନ୍ଧ୍ୟା ୫.୩୫ରେ ୩୩ ବର୍ଷୀୟ ତିୱାରି ୯୧୧କୁ ଫୋନ୍‌ କରି ଜଣାଇଲେ ଯେ, ତାଙ୍କ ପୁଅ ନିଶ୍ଚିଳ ହୋଇ ପଡ଼ିରହିଛି। ସେଠାରେ ପହଞ୍ଚି ପୁଲିସ ଓ ପାରାମେଡିକ୍‌ କର୍ମଚାରୀମାନେ ପୁଅର ‘ସିପିଆର୍‌’ କଲେ, କିନ୍ତୁ ତା’ର ଶ୍ବାସକ୍ରିୟା ଫେରିଲା ନାହିଁ।

ଶବ ପଚି ଆସିଥିବା ଦେଖି ପୁଲିସ ସୁନିଶ୍ଚିତ ହେଲା ଯେ, ପିଲାଟି କେତେ ଦିନ ତଳୁ ମରିଯାଇଛି। ସେମାନେ ଦେଖିଲେ ଘରେ ଖାଇବା ଜିନିଷ ପ୍ରାୟ କିଛି  ନାହିଁ।  ସେମାନେ ସୁନିଶ୍ଚିତ ହେଲେ ଯେ, ମୃତ୍ୟୁର ପ୍ରାୟ ମାସେ ଆଗରୁ ସେ ପିଲାର ଓଜନ ଖୁବ୍‌ ହ୍ରାସ ପାଇଥିଲା। ପିଲାଟି ନିର୍ଯାତନା ଓ ଅବହେଳା କାରଣରୁ ମରିଥିବା କଥା ତଦନ୍ତକାରୀମାନେ ସୁନିଶ୍ଚିତ ହୋଇଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।

Image Courtesy of MailOnline

ଗୁରୁବାର ସକାଳେ ପ୍ରିୟଙ୍କା ତିୱାରୀଙ୍କୁ ଗିରଫ କରାଯାଇ ହାଜତ ନିଆଯାଇଛି। ତାଙ୍କ ନାମରେ ନରହତ୍ୟା, ଶିଶୁ ପ୍ରତି ଅବହେଳା ଓ ନିର୍ଯାତନା ମାମଲା ରୁଜୁ କରାଯାଇଛି। ଜାନୁଆରି ୧୧ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିବ ନାହିଁ।

ମୋରିସ୍‌ଭିଲ୍‌ ପୁଲିସ ମୁଖ୍ୟ ପେଟେ ଆକୋଷ୍ଟା କହିଛନ୍ତି, ପିଲାଟି ବିଷୟରେ ଚିନ୍ତା ପ୍ରକଟ କରି ଭାରତରେ ଥିବା ପରିବାର ଲୋକେ ମାସ ମାସ ଧରି ପ୍ରିୟଙ୍କାଙ୍କ ଘରକୁ ଫୋନ୍‌ କରୁଥିଲେ। କିନ୍ତୁ, କେହି ଫୋନ୍‌ ରିସିଭ୍‌ ନ କରିବାରୁ ସେମାନେ ଅନ୍ୟୂନ ୮ଥର ପୁଲିସ ଅଧିକାରୀଙ୍କ ନିକଟକୁ ମଧ୍ୟ ଫୋନ୍‌ କରିଥିଲେ। ମାର୍ଚ ମାସରେ ମଧ୍ୟ ପ୍ରିୟଙ୍କାଙ୍କ ସ୍ବାମୀ ପୁଲିସ ସହିତ ଯୋଗାଯୋଗ କରି କହିଥିଲେ ଯେ, ସେ ଘରୁ କିଛି ବ୍ୟକ୍ତିଗତ ସାମଗ୍ରୀ ଆଣିବାକୁ ଯାଉଛନ୍ତି। ଦୟାକରି ସେମାନେ ଆସି ଦୃଷ୍ଟି ଦିଅନ୍ତୁ। ତାଙ୍କ ଅନୁରୋଧ ରକ୍ଷା କରି ଆମେ ଯାଇଥିଲୁ। ସେ ଘରକୁ ଯାଇ କେ‌ତୋଟି ବ୍ୟାଗ୍‌ ନେଇ ଫେରିଲେ। ଘରେ କୌଣସି ବାଦବିବାଦ ହେଲାନାହିଁ।

କିନ୍ତୁ, ତା’ପରେ ପ୍ରିୟଙ୍କାଙ୍କ ସ୍ବାମୀ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ। ସେତେବେଳେ ତାଙ୍କ ପୁଅର ସ୍ବାସ୍ଥ୍ୟ ଖୁବ୍‌ ଭଲ ଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ