ଖେଳ ଦେଶ ବିଦେଶ

୧୦୦୦ତମ ଏଟିପି ଟୁର୍‌ ମ୍ୟାଚ୍‌ ଜିତିଲେ ନାଦାଲ

ପ୍ୟାରିସ: ସ୍ପେନ୍ ଟେନିସ ତାରକା ରାଫେଲ ନାଦାଲ ବୁଧବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଚଳିତ ପ୍ୟାରିସ ମାଷ୍ଟର୍ସର ପ୍ରଥମ ପର୍ଯ୍ୟାୟ ମୁକାବିଲା ଜିତି ନାଦାଲ୍‌ ୧୦୦୦ତମ ଏଟିପି ଟୁର୍‌ ଏକକ ବିଜୟ କ୍ଲବ୍‌ରେ ସାମିଲ ହୋଇଛନ୍ତି। ୧୦୦୦ ଏଟିପି ଟୁର୍‌ ଜିତିବାରେ ସେ ଜିମ୍ମି କନର୍ସ (୧୨୭୪), ରୋଜର ଫେଡେରର୍‌ (୧୨୪୨) ଓ ଇଭାନ ଲେଣ୍ଡଲ (୧୦୬୮)ଙ୍କ ପରେ ଚତୁର୍ଥ ଖେଳାଳି ହୋଇଛନ୍ତି। ବୁଧବାର ପ୍ୟାରିସ ମାଷ୍ଟର୍ସରେ ୩୪ ବର୍ଷୀୟ ନାଦାଲ ୪-୬, ୭-୬, ୬-୪ ସେଟ୍‌ରେ ‌ନିଜ ଦେଶର ଫେଲିସିଆନୋ ଲୋପେଜଙ୍କୁ ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ପ୍ରି-କ୍ବାର୍ଟର୍‌‌ ଫାଇନାଲ୍‌‌ରେ ସେ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନ୍‌ଙ୍କୁ ଭେଟିବେ। ‘‘୧୦୦୦ ମ୍ୟାଚ୍‌ ଜିତିବା ଲାଗି ଅଧିକ ଦିନ ଖେଳିବାକୁ ପଡ଼ୁଥିବାରୁ ଆମ ମନରେ ଭ୍ରାନ୍ତ ଧାରଣା ଥାଏ ‌ଯେ ଯିଏ ୧୦୦୦ ବିଜୟ ପାଏ ସେ ବୟସ୍କ। କିନ୍ତୁ ମୁଁ ବହୁତ ଖୁସି। ଠିକ୍‌ ସମୟରେ ବହୁତ କରିପାରିଛି। ଏଥିପାଇଁ ଗର୍ବିତ। କିନ୍ତୁ ‌ଖେଳ ଜୀବନ ମଧ୍ୟରେ ଆହତ ସମସ୍ୟା ସହ ବହୁଗୁଡ଼ିଏ ଆହ୍ବାନର ସମ୍ମୁଖୀନ ହୋଇଛି। ୩୪ ବର୍ଷ ବୟସରେ ଏହା ଏକ ବଡ଼ ସଫଳତା’’ ବୋଲି ନାଦାଲ ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ