ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୦ହଜାର ଟଙ୍କାର ବନ୍ୟା ରିଲିଫ ପାଇବା ପାଇଁ ଛିଡ଼ା ହୋଇଥିଲେ ଲାଇନରେ : ଦେଖୁ ଦେଖୁ ଟଳି ପଡ଼ିଲେ ୫୬ବର୍ଷୀୟ ମହିଳା

ହାଇଦ୍ରାବାଦ ୧୯/୧୧: ତେଲେଙ୍ଗାନା ସରକାର ଦ୍ବାରା ଦିଆଯାଉଥିବା ୧୦ହଜାର ଟଙ୍କାର ବନ୍ୟା ରିଲିଫ ଟଙ୍କା ନେବାକୁ ପହଞ୍ଚିଥିବା ୫୬ବର୍ଷ ବୟସ୍କା ମହିଳା ଲାଇନରେ ଛିଡ଼ା ହୋଇଥିବାବେଳେ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଛି। ୧୦ହଜାର ଟଙ୍କା ବନ୍ୟା ରିଲିଫ ପାଇବା ପାଇଁ ମହିଳା ମି ସେବା କେନ୍ଦ୍ରରେ ରେଜିଷ୍ଟେସନ କରିବା ପାଇଁ ପହଞ୍ଚିଥିଲେ। ଲମ୍ବା ଲାଇନରେ ଛିଡ଼ା ହୋଇଥିବାବେଳେ ମହିଳାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା।

ହାଇଦ୍ରାବାଦରେ କିଛି ଦିନ ତଳେ ବନ୍ୟା ହୋଇଥିଲା। ଅନେକ ଲୋକେ ତାଙ୍କ ବେଉସା ହରାଇଥିଲେ। ଲୋକଙ୍କୁ ରିଲିଫ ଦେବା ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସରକାରଙ୍କ ତରଫରୁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ୧୦ହଜାର ଟଙ୍କାର ଅନୁକମ୍ପା ଦେବାକୁ ଘୋଷଣା କରିଥିଲେ। ଏହି ବନ୍ୟା ରିଲିଫ ଟଙ୍କାକୁ ପାଇବା ପାଇଁ ମି ସେବା କେନ୍ଦ୍ରରେ ପଞ୍ଜୀକରଣ ଆରମ୍ଭ ହୋଇ ଯାଇଛି।

କୁହାଯାଉଛି ଯେ ହାଇଦ୍ରାବାଦର ଗୋଲକୁଣ୍ଡା ଥାନା ଅଞ୍ଚଳରେ ଥିବା ଏକ ମି ସେବା କେନ୍ଦ୍ରରେ ୫୬ବର୍ଷ ବୟସ୍କା ମହିଳା ପଞ୍ଜୀକରଣ କରିବା ପାଇଁ ଆସିଥିଲେ। ସେ ଲାଇନରେ ଛିଡ଼ା ହୋଇ ନିଜ ପାଳି ଆସିବାର ଅପେକ୍ଷା କରିଥିଲେ,ସେତେବେଳେ ହଠାତ୍ ବେହୋଶ ହୋଇ ପଡ଼ିଯାଇଥିଲେ। ଲୋକେ କ’ଣ ହୋଇଛି ଦେଖିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସୂଚନା ପାଇ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୋଲିସ୍ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ