ମନୋରଞ୍ଜନ

‘ୟେ ରିସ୍ତା କ୍ୟା କହଲାତା ହେ’ଫେମ୍ ଅଭିନେତା କରନ ମେହେରା ଗିରଫ, ପତ୍ନୀ କରିଥିଲେ ଅଭିଯୋଗ

ମୁମ୍ବାଇ ୦୧/୦୬: ଜଣାଶୁଣା ଟିଭି ଅଭିନେତା କରନ ମେହେରାଙ୍କୁ ପୋଲିସ ଗିରଫ କରିଛି। ଗତକାଲି ରାତିରେ ଗୋରେଗାଓଁରେ ତାଙ୍କ ପତ୍ନୀ ନିଶା ରାୱଲ କରନ ମେହେରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୋଲିସ କହିଛି ଯେ ଉଭୟଙ୍କ ମଧ୍ୟରେ ବିବାଦ ପରେ ନିଶା ଏହି ଅଭିଯୋଗ କରିଛନ୍ତି।

ଦୀର୍ଘ ଦିନ ଧରି କରନ ମେହେରା ଏବଂ ନିଶାଙ୍କ ଦାମ୍ପତ୍ୟ ଜୀବନ କିଛି ଭଲ ନଥିଲା । ତେବେ କରନ ଏଭଳି ଖବରକୁ କେବଳ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ। ଏଭଳି ରିପୋର୍ଟ କେଉଁଠୁ ଆସୁଛି ତାହା ସେ ଜାଣନ୍ତି ନାହିଁ । କରନ ଏବଂ ନିଶାଙ୍କ ମଧ୍ୟରେ ପ୍ରକୃତରେ କ’ଣ ଘଟିଛି ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇ ନାହିଁ। ପୋଲିସ ବର୍ତ୍ତମାନ ତଦନ୍ତରେ ନିୟୋଜିତ ଅଛି।

କରନ ୨୪ ନଭେମ୍ବର ୨୦୧୨ ରେ ଅଭିନେତ୍ରୀ ନିଶାଙ୍କୁ ବିବାହ କରିଥିଲେ। ଉଭୟ ପରସ୍ପରକୁ ୬ ବର୍ଷ ଧରି ଡେଟ କରିଥିଲେ। ୨୦୧୭ ରେ ସେମାନଙ୍କର ଏକ ପୁଅ ହୋଇଥିଲା ।

କରନ ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ୟେ ରିସ୍ତା କ୍ୟା କହଲାତା ହୈ’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଚରିତ୍ରର ନାମ ଥିଲା ନୈତିକ ସିଙ୍ଘାନିଆ । ଏହି ସିରିଏଲ ପରେ ସେ ଫେମସ୍ ହୋଇଯାଇଥିଲେ । ଏହା ପରେ ସେ ‘ନଚ୍ ବଲିୟେ ୫’, ‘ନଚ୍ ବଲିୟେ ଶ୍ରୀମାନ ଭର୍ସେସ୍ ଶ୍ରୀମତୀ’ ଏବଂ ‘ବିଗ୍ ବସ୍ ୧୦’ ରେ ଭାଗ ନେଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ