ଖେଳ ଦେଶ ବିଦେଶ

ୟେଲୋ ଆର୍ମିରେ ଦୁବେ: ଦ୍ୱିତୀୟ ଦିନର ପ୍ରଥମ ଖେଳାଳି ଭାବେ ସିଏସକେରେ ସାମିଲ ହେଲେ ଶିଭମ ଦୁବେ

ବେଙ୍ଗଲୁରୁ: ଅକ୍ସନର ଦ୍ୱିତୀୟ ଦିନରେ ପ୍ରଥମ ଖେଳାଳିଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଭାରତର ଅଲରାଉଣ୍ଡର ଶିଭମ ଦୁବେଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି ୟେଲୋ ଆର୍ମି । ପଞ୍ଜାବ-ଚେନ୍ନାଇ ମଧ୍ୟରେ ଟଣା ଓଟଣା ପରେ ଶେଷରେ ଚେନ୍ନାଇ ମାରିଛି ବାଜି । ୪ କୋଟି ଟଙ୍କା ଦେଇ ଏହି ଷ୍ଟାର କ୍ରିକେଟରଙ୍କ କିଣି ନେଇଛି ଧୋନୀବାହିନୀ ।

ସେପଟେ ଆଜିର ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଲିଆମ ଲିଭିଙ୍ଗଷ୍ଟୋନ । ୫ଟି ଦଳର ଲଢେଇ ମଧ୍ୟରେ ପଞ୍ଜାବ କିଙ୍ଗସ ୧୧.୫ କୋଟି ଟଙ୍କା ବଦଳରେ ତାଙ୍କୁ ନିଜ ଦଳରେ ସାମିଲ କରିଛି । ସେହିପରି ୪.୨ କୋଟିରେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଛନ୍ତି ମାର୍କୋ ଜାନସେନ । ସେହିଭଳି ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଓଡିଅନ ସ୍ମିଥଙ୍କ ପାଇଁ ନିଲାମ ପ୍ରକ୍ରିୟାରେ ଆସିଥିଲା ରୋମାଞ୍ଚ । କିନ୍ତୁ ପଞ୍ଜାବ ସର୍ବାଧିକ ୬ କୋଟି ଟଙ୍କା ପଦଳରେ ସ୍ମିଥଙ୍କୁ ନିଜ ଦଳକୁ ନେଇଛି । ଅନ୍ୟ ପକ୍ଷରେ ବିଜୟ ଶଙ୍କର ୧.୪ କୋଟିରେ ଗୁଜୁରାଟ ସହ ଯୋଡି ହୋଇଛନ୍ତି । ତେବେ ଆରନ ଫିଞ୍ଚ, ଇଓନ ମୋର୍ଗାନ ଏବଂ ଚେତେଶ୍ୱର ପୂଜାରା ଭଳି ଅନେକ ଖେଳାଳି ଅନସୋଲ୍ଡ କେଳାଳିଙ୍କ ତାଲିକାରେ ନିଜ ନାମ ଯୋଡିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ