ଖେଳ

ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତା: ସେମିରେ ଇଟାଲି-ସ୍ପେନ୍

ମ୍ୟୁନିକ : ଚଳିତ ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍‌ରେ ପୂର୍ବବିଜେତା ସ୍ପେନ୍‌କୁ ପୂର୍ବତନ ବିଶ୍ବ ବିଜେତା ଇଟାଲି ଭେଟିବ। ଏହି ପ୍ରତିକ୍ଷିତ ମ୍ୟାଚ୍ ଇଂଲଣ୍ଡର ୱେମ୍ବଲି ଷ୍ଟାଡିୟମ୍‌ରେ ଆସନ୍ତା ବୁଧବାର ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଦୁଇଟି କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଯୁବ ତାରକା ସମୃଦ୍ଧ ସ୍ବିଜରଲାଣ୍ଡକୁ ପେନାଲ୍ଟି ସୁଟଆଉଟ୍‌ରେ ହରାଇ ସ୍ପେନ୍ ଏବଂ ଅନ୍ୟ ଏକ ରୋମାଞ୍ଚଭରା ରାତି ମ୍ୟାଚ୍‌ରେ ଇଟାଲି ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲଜିୟମକୁ ୨-୧ ଗୋଲ୍‌ରେ ପରାସ୍ତ କରି ଶେଷ ଚାରିଟି ଦଳ ଭିତରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଏହି ଦୁଇ ଦଳ ଏବେ ଫାଇନାଲ୍ ଟିକେଟ୍ ପାଇଁ ପରସ୍ପର ସହ ମୁହାଁମୁହିଁ ହେବେ। ସ୍ପେନ୍ ୩ ଥର (୧୯୬୪, ୨୦୦୪, ୨୦୧୨) ୟୁରୋକପ୍ ବିଜେତା ହୋଇସାରିଛି। ଅନ୍ୟପକ୍ଷରେ ଇଟାଲି ଥରେ (୧୯୬୮) ବିଜେତା ହେବାର ଗୌରବ ଅର୍ଜନ କରିଛି। ଏଣୁ ଏହି ସେମିଫାଇନାଲ୍‌ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଶୁକ୍ରବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଇଟାଲି-ବେଲ୍‌ଜିୟମ ମ୍ୟାଚ୍‌ର ତିନିଟି ଯାକ ଗୋଲ୍ ପ୍ରଥମମାର୍ଦ୍ଧରେ ଦେଖିବାକୁ ମିଳିଥିଲା। ଅଗ୍ରଭାଗ ଖେଳାଳି ନିକୋଲୋ ବେରେଲା ମ୍ୟାଚ୍‌ର ପ୍ରଥମ ଗୋଲ୍ ଦେଇଥିଲେ। ୩୧ ମିନିଟ୍‌ରେ ସେ ଦେଇଥିବା ଏହି ସୁନ୍ଦର ଓ ଦର୍ଶନୀୟ ଗୋଲ୍ ବଳରେ ଇଟାଲି ୧-୦ରେ ଆଗୁଆ ହୋଇଯାଇଥିଲା। ଏହାର ୧୩ ମିନିଟ୍ ପରେ ଲୋରେଞ୍ଜୋ ଇନସାଇନ୍‌ଙ୍କ ତେରଛା ଷ୍ଟ୍ରାଇକ୍ ବେଲଜିୟମ ଗୋଲ୍ ରକ୍ଷକଙ୍କୁ ଚକ୍‌କା ଦେଇ ଗୋଲ୍ ପୋଷ୍ଟ ଭିତରକୁ ଚାଲିଯିବା ପରେ ଇଟାଲି ସ୍ଥିତି ୨-୦ କରିନେଇଥିଲା। ପ୍ରଥମାର୍ଦ୍ଧର ଷ୍ଟପେଜ୍ ଟାଇମ୍‌ରେ ବେଲଜିୟମର ତାରକା ଖେଳାଳି ରୋମେଲୁ ଲୁକାକୁ ସେଥିମଧ୍ୟରୁ ଗୋଟିଏ ଗୋଲ୍ ଶୁଝିବା ପରେ ପ୍ରଥମାର୍ଦ୍ଧ ୨-୧‌ରେ ଇଟାଲି ସପକ୍ଷରେ ଯାଇଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନପାରିବା ପରେ ଇଟାଲି ସେହି ୨-୧ ଗୋଲ୍‌ ବ୍ୟବଧାନରେ ବିଜୟୀ ହେବା ସହ ସେମିଫାଇନାଲ୍ ଟିକେଟ ହାସଲ କରି ନେଇଥିଲା। ଏହା ମଧ୍ୟ ବେଲ୍‌ଜିୟମ୍‌ ବିପକ୍ଷରେ ଇଟାଲିର କ୍ରମାଗତ ପଞ୍ଚଦଶ ୟୁରୋ କପ୍ ବିଜୟ ଥିଲା। ସେହିଭଳି ରୋବେର୍ଟୋ ମାନ୍ସିନିଙ୍କ ଦଳ କ୍ରମାଗତ ତ୍ରୟୋଦଶ ଅନ୍ତର୍ଜାତୀୟ ବିଜୟ ହାସଲ କରିବା ସହ ଲଗାତାର ୩୨ ମ୍ୟାଚ୍‌ରେ ଅପରାଜେୟ ରହିବାର କୀର୍ତ୍ତିମାନ କରିଥିଲା। ମ୍ୟାଚ୍ ପରେ ଇଟାଲିର ପୂର୍ବତନ ଅଗ୍ରଭାଗ ଖେଳାଳି ତଥା ଏବେକାର ପ୍ରବନ୍ଧକ ସାନ୍ସିନି ନିଜ ଦଳର ପ୍ରଦର୍ଶନ ନେଇ ସନ୍ତୋଷ ଜାହିର କରିଥିଲେ। ବିଶ୍ବର ଏକ ନମ୍ବର ଦଳ ବେଲଜିୟମ୍‌ର ଘନ ଘନ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଥିବାରୁ ନିଜ ଦଳର ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ