ଖେଳ

ୟୁ‌ରୋକପ୍‌: ଇଟାଲିର ହ୍ୟାଟ୍ରିକ୍, ସ୍ବିଜରଲାଣ୍ଡର ପ୍ରଥମ ବିଜୟ ସ୍ପେନ୍‌କୁ ଅଟକାଇଲା ପୋଲାଣ୍ଡ

ରୋମ୍‌/ବକୁ, ୨୦ା୬: ରବିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ୟୁ‌ରୋକପ୍‌ ଫୁଟବଲ୍ ପ୍ରତିଯୋଗିତାର ଦୁଇଟି ଗ୍ରୁପ୍-ଏ’ ମ୍ୟାଚ୍‌ରେ ଇଟାଲି ଏବଂ ସ୍ବିଜରଲାଣ୍ଡ ବିଜୟୀ ହୋଇଛନ୍ତି। ଇଟାଲି ୧-୦ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଥିଲା ବେଳେ ସ୍ବିଜରଲାଣ୍ଡ ୩-୧ ଗୋଲ୍‌ରେ ତୁର୍କିକୁ ହରାଇ ଦେଇଛି।

ଇଟାଲି-ୱେଲ୍ସ ମ୍ୟାଚ୍‌ର ଏକମାତ୍ର ଗୋଲ୍ ମାତିଓ ପେସିନା ୩୯ ମିନିଟ୍‌ରେ ଦେଇଥିଲେ। ଏଥି ସହିତ ଇଟାଲି ୩ ମ୍ୟାଚ୍‌ରୁ ୩ ବିଜୟ ପାଇ ଗ୍ରୁପ୍‌ରେ ଅପରାଜେୟ ରହିଛି। ଏହି ଦଳ ୯ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି। ଏହି ମ୍ୟାଚ୍‌ରେ ୱେଲ୍‌ସର ଏଥାନ ଅମ୍ପାଦୁଙ୍କୁ ୫୫ ମିନିଟ୍‌ରେ ‌ନାଲି କାର୍ଡ ମିଳିଥିଲା। ଦେଇଥିଲେ। ପରାଜୟ ସତ୍ତ୍ବେ ୱେଲ୍‌ସ ୪ ପଏଣ୍ଟ ସହ ଦ୍ବିତୀୟରେ ରହିଛି।

ଅନ୍ୟପକ୍ଷରେ ସ୍ବିଜରଲାଣ୍ଡ-ତୁର୍କି ମୁକାବିଲାରେ ହାରିସ୍ ସେଫେରୋଭିକ୍ (୬ ମିନିଟ୍), ଜେରଦାନ ସାକିରି (୨୬, ୬୮ ମିନିଟ୍) ସ୍ବିଜରଲାଣ୍ଡ ପାଇଁ ଗୋଲ୍ କରିଥିଲା ବେଳେ ତୁର୍କିର ଏକମାତ୍ର ଗୋଲ୍ ଇର୍ଫାନ୍ କାଭେକି (୬୨ ମିନିଟ୍) ଦେଇଥିଲେ। ବିଜୟ ସତ୍ତ୍ବେ ୪ ପଏଣ୍ଟ ପାଇଥିବା ସ୍ବିଜରଲାଣ୍ଡ୍‌ ଗୋଲ୍‌ ବ୍ୟବଧାନରେ ୱେଲ୍‌ସ ପଛକୁ ତୃତୀୟରେ ରହିଥିଲା ବେଳେ ତୁର୍କି ହ୍ୟାଟ୍ରିକ୍‌ ପରାଜୟ ସହ ଚତୁର୍ଥ ସ୍ଥାନରେ ରହିଛି।

ସ୍ପେନ୍‌କୁ ଅଟକାଇଲା ପୋଲାଣ୍ଡ

ସେଭିଲେ: ୟୁରୋକପ୍-୨୦୨୧ ଫୁଟବଲ୍ ପ୍ରତିଯୋଗିତାର ରବିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ପୂର୍ବ ବିଜେତା ସ୍ପେନ୍‌କୁ ପୋଲାଣ୍ଡ ୧-୧ ଗୋଲ୍‌ରେ ଅଟକାଇ ଦେଇଥିଲା। ଏକାଧିକ ସୁଯୋଗକୁ ଗୋଲ୍‌ରେ ରୂପାନ୍ତର କରିନପାରିବାର ଅକ୍ଷମତା ହିଁ ଶେଷରେ ସ୍ପେନ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ସ୍ପେନର ନକ୍‌ଆଉଟ୍ ଖେଳିବା ସମ୍ଭାବନା ଏବେ ସୂତା ଖିଅରେ ଝୁଲୁଛି। ମାତ୍ର ୨ ପଏଣ୍ଟ ପାଇ ଦଳ ଗ୍ରୁପ୍-ଇ’ର ତୃତୀୟ ସ୍ଥାନରେ ରହିଛି।

ନକ୍‌ଆଉଟ୍ ଖେଳିବା ଲାଗି ସ୍ପେନ୍‌ ପାଇଁ ବୁଧବାରର ସ୍ଲୋଭାକିଆ ବିପକ୍ଷ ମ୍ୟାଚ୍ ଜିତିବା ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଶନିବାର ବିଳମ୍ବିତ ରାତି ମ୍ୟାଚ୍‌ରେ ଆଲଭାରୋ ମୋରାଟା ୨୫ତମ ମିନିଟ୍‌ରେ ହିଁ ଘରୋଇ ସ୍ପେନକୁ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଦ୍ଧରେ ସେହି ଗୋଟିଏ ଗୋଲ୍‌ରେ ହିଁ ଦଳ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧର ନବମ ମିନିଟ୍‌ରେ ପୋଲାଣ୍ଡ ରୋବୋର୍ଟ ଲିୱାଣ୍ଡସ୍କିଙ୍କ ଗୋଲ୍ ବଳରେ ଏହାକୁ ଶୁଝି ଦେଇଥିଲା। ପରବର୍ତ୍ତୀ ୩୬ ମିନିଟ୍ ସହ ଆହତ ସମୟରେ ବି ପୋଲାଣ୍ଡ ରକ୍ଷଣଭାଗ ସ୍ପେନ୍ ଅଗ୍ରଭାଗ ଖେଳାଳିଙ୍କୁ ଆଉ ଗୋଲ୍ କରିବାର ସୁଯୋଗ ଦେଇ ନଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ