ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ୟୁଜିସି ନିଷ୍ପତ୍ତି ବଦଳାଇଲା: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ପିଏଚ୍‌ଡି ଜରୁରି ନୁହେଁ

ଭୁବନେଶ୍ବର : ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ଏନ୍‌ଇଟି, ଏସ୍‌ଇଟି ଓ ଏସ୍‌ଏଲ୍‌ଇଟି ମାଧ୍ୟମରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇପାରିବେ। ତାଙ୍କୁ ସିଧାସଳଖ ଏହି ପଦବି ପାଇଁ ମନୋନୀତ କରାଯାଇପାରିବ। ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର କହିଛନ୍ତି ଯେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ବେଳେ ପିଏଚ୍‌ଡି ଡିଗ୍ରି ପୂର୍ବଭଳି କେବଳ ବିକଳ୍ପ ହୋଇ ରହିବ। ଇଟି, ଏସ୍‌ଇଟି ଓ ଏସ୍‌ଏଲ୍‌ଇଟିକୁ ହିଁ ଏହି ପଦ ଲାଗି ସର୍ବନିମ୍ନ ଯୋଗ୍ୟତା ଭାବେ ବିବେଚନା କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏପରି ଯୋଗ୍ୟତା ରଖିଥିବା ଆଶାୟୀଙ୍କୁ ସିଧାସଳଖ ନିଯୁକ୍ତି ଦେଇପାରିବେ।

ସୂଚନା ଅନୁଯାୟୀ ୨୦୧୮ରେ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜରେ ନିଯୁକ୍ତି ପାଇଁ ନୂଆ ନିୟମ ଜାରି କରାଯାଇଥିଲା। ସଂସ୍ଥା ପକ୍ଷରୁ ଆଶାୟୀମାନଙ୍କୁ ୩ ବର୍ଷର ସମୟ ଦେବା ସହ ପିଏଚଡି ଶେଷ କରିବାକୁ କୁହାଯାଇଥିଲା। ଏଥିସହ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ୨୦୨୧-୨୨ ଶିକ୍ଷାବର୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା। ତେବେ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ବିରୋଧରେ ମତ ରଖିଥିଲେ। ଏଥିସହ ଭାରତର ଶିକ୍ଷା ବ୍ୟବସ୍ଥାରେ ଏପରି ନିୟମ ଆଦୌ ଠିକ ଲାଗୁ ନାହିଁ ବୋଲି କହିଥିଲେ। ନିୟମରେ ସଂଶୋଧନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏବେ ୟୁଜିସି ଏଥିରେ ପରିବର୍ତ୍ତନ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।