ଅପରାଧ ଦେଶ ବିଦେଶ

ୟୁକ୍ରେନ୍‌ ପୂର୍ବରେ ବଢିଲା ଋଷ୍ ସୈନ୍ୟଙ୍କ ଆକ୍ରମଣ : ଡୋନବାସରେ ୨୧ ନାଗରିକଙ୍କ ମୃତ୍ୟୁ, ବିଦେଶୀ ଅସ୍ତ୍ରଶସ୍ତ୍ର ସପ୍ଲାଏ ଚେନ୍‌କୁ ଟାର୍ଗେଟ୍

ମସ୍କୋ ୫।୫: ଋଷ୍ ସେନା ୟୁକ୍ରେନ୍‌ର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଚେନ୍‌କୁ ଟାର୍ଗେଟ୍ କରି ଆକ୍ରମଣ କରିଛି । ଋଷ୍ ସେନା ଦେଶର ପୂର୍ବ ଭାଗରେ ମଧ୍ୟ ଆକ୍ରମଣକୁ ବଢାଇ ଦେଇଛନ୍ତି । ଏ ଭିତରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ଋଷ୍‌କୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ରଖିଛି ।

ଋଷ୍ ସେନା ବୁଧବାର ଦିନ କହିଛି ଯେ ୟୁକ୍ରେନ୍‌ରେ ୫ଟି ରେଲଓ୍ବେ ଷ୍ଟେସନରେ ବିଦ୍ୟୁତ ସୁବିଧାକୁ ନଷ୍ଟ କରିବା ପାଇଁ ସମୁଦ୍ର ଏବଂ ବାୟୁରେ ମିସାଇଲ୍‌ର ବ୍ୟବହାର କରିଥିଲା । ଯେଉଁଠି ତୋପଖାନା ଏବଂ ବିମାନ ଦ୍ବାରା ମଧ୍ୟ ସୈନ୍ୟ ଆଡ୍ଡା, ଇନ୍ଧନ ଏବଂ ଗୋଳାବାରୁଦ ଡିପୋରେ ଆକ୍ରମଣ କରିଥିଲା । ଋଷ୍ ସେନା ମାରିୟୁପୋଲରେ ଏକ ଇସ୍ପାତ ୟୁନିଟ୍‌କୁ ଘେରାବନ୍ଦୀ କରି ରଖିଛି ଯେଉଁଠାରୁ ଗତ କିଛି ଦିନ ହେବ ନାଗରିକମାନଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ଋଷ୍ ଅଧିକାରୀ ଇସ୍ପାତ ୟୁନିଟ୍‌ ଉପରେ ଆକ୍ରମଣ ଘଟଣାକୁ ଅସ୍ବୀକାର କରିଛନ୍ତି ।

ୟୁକ୍ରେନ୍ ସୈନିକଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ଋଷ୍ ସୈନିକ ପ୍ଲାଣ୍ଟ ଉପରେ ଆକ୍ରମଣ କରୁଛନ୍ତି । ୟୁକ୍ରେନ୍ ଅଧିକାରୀମାନେ କହିଥିଲେ ଯେ, ପୂର୍ବ ଡୋନବାସ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୨୧ ନାଗରିକଙ୍କ ମୃତ୍ୟୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ