ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁକ୍ରେନରେ ଭୟଙ୍କର ବିପର୍ଯ୍ୟୟ: ବନ୍ୟା ପ୍ରବଣ ଅଞ୍ଚଳ ବୁଲି‌‌ଲେ ଜେଲେନସ୍କି

କିବ୍‌: ନୋଭା କାଖୋବକା ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼ ଜଳମଗ୍ନ। ଡ୍ୟାମ୍‌ ଭୁଶୁଡ଼ିବାପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି ୫୦ରୁ ଅଧିକ ସହର ଏବଂ ଗାଁରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ନିପ୍ରୋ ନଦୀର ଉଭୟ ପାର୍ଶ୍ବରୁ ଆଜି ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ବନ୍ୟା ପ୍ରବଣ ଦକ୍ଷିଣ ଖେରସନ ଅଞ୍ଚଳ ବୁଲିଛନ୍ତି ଏବଂ ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ଯୋଗୁଁ ରୁଷ୍‌ ନିୟନ୍ତ୍ରଣାଧୀନ ସହରରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୬୦୦ ସ୍କୋୟାର କିମି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପ୍ରତି ଘଣ୍ଟାଏରେ ଜଳ ୧୦୦ ମିଟର ବଢ଼ୁଛି। ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକ ସେମାନଙ୍କ ଘର ହରାଇ ଦେଇଛନ୍ତି। ପାଣି ଘେରରେ ରହି ବି ଲୋକଙ୍କ ପାଖରେ ଏବେ ପିଇବା ପାଇଁ ପାଣି ମୁନ୍ଦେ ନାହିଁ। ୟୁକ୍ରେନ ସେନା ପକ୍ଷରୁ ଆକାଶ ମାର୍ଗରୁ ଲୋକଙ୍କ ପାଇଁ ପାଣି ବଟଲ୍‌ ପକାଯାଉଛି।

ଏହି ବନ୍ୟ ବିପର୍ଯ୍ୟୟ ପାଇଁ ଆମାଗୀ ଦିନରେ ୫ ଲକ୍ଷ ହେକ୍ଟର ଚାଷଜମି ମରୁଭୂମିରେ ପରିଣତ ହୋଇଯିବ। ଜେଲେନସ୍କି କହିଛନ୍ତି, ବନ୍ୟା ଯୋଗୁଁ ରୁଷ୍‌ ନିୟନ୍ତ୍ରଣାଧୀନ ଅଞ୍ଚଳରେ କେତେ ଲୋକଙ୍କ ମୃତ୍ୟୁ ହେବ ତାହା ଆକଳନ କରିହେବନାହିଁ। ‌ଖେରସନ ଅଞ୍ଚଳରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଲୋକମାନେ ଛାତ ଉପରେ ଏବଂ ଗଛ ଉପରେ ଆଶ୍ରୟ ନେଉଛନ୍ତି। ଉପ ପ୍ରଧାନମନ୍ତ୍ରୀ ଓଲେକଜାଣ୍ଡର କୁବ୍ରାକଭ ଆଜି ଖେରସନ ଅଞ୍ଚଳ ବୁଲିଛନ୍ତି। ୮୦ଟି ବସତି ବିପର୍ଯ୍ୟୟ ଯୋଗୁଁ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି। ବନ୍ୟା ଯୋଗୁଁ ଆଗକୁ ରୋଗର ବିପଦ ବି ରହିଛି। ରୁଷ୍‌ ପାର୍ଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ନୋଭା କାଖୋବକା। ରୁଷ୍‌ କର୍ତ୍ତୃପକ୍ଷମାନେ ଏଠାରେ ଏମର୍ଜେନ୍ସି ଜାରି କରିଛନ୍ତି। ଇତିମଧ୍ୟରେ ବିଶ୍ବ ବ୍ୟାଙ୍କ କହିଛି ୟୁକ୍ରେନରେ କ୍ଷତି ଆକଳନ କରିବାପରେ ସହଯୋଗ ପ୍ରଦାନ କରାଯିବ। ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ବନ୍ୟା ପ୍ରବଣ ଖେରସନ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ବି ରୁଷ୍‌ ଗୁଳିଗୋଳା ମାଡ଼ କରିଛି। ଏଥି‌ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ