ମନୋରଞ୍ଜନ

ୟାମୀ କରିବେନି ନଖରାମୀ

ବାସ୍ତବ ଜୀବନରେ ନିର୍ଦ୍ଦେଶକ ଆଦିତ୍ୟ ଧର (ନିର୍ଦ୍ଦେଶକ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍)ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଲାଗୁଛି ସ‌ତେ ‌ଯେମିତି ୟାମୀ ଆଉ ନଖରାମୀ କରିବେନି। ଅନିରୁଦ୍ଧ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ସିନେମା (ଅନ୍‌ଟାଇଟଲ୍‌ଡ)ରେ ୟାମୀ ସାଜିବେ ସାମ୍ବାଦିକା। ବେଳେବେଳେ ସାମ୍ବାଦିକମାନେ କେମିତି ଉପଯୁକ୍ତ ତଥ୍ୟ ନ ଦେଇ ବିଭିନ୍ନ ଅପରାଧମୂଳକ ଖବର ପ୍ରକାଶ କରିଦିଅନ୍ତି, ସେଇକଥା ଉପରେ କାହାଣୀ ଆଧାରିତ। ୟାମୀ ସତ୍ୟ ଘଟଣାର ଉନ୍ମୋଚନ କରିବେ। ନିର୍ଦ୍ଦେଶକ ଅନିରୁଦ୍ଧଙ୍କ ସହ ଅଭିନେତ୍ରୀ ୟାମୀ ଗୌତମ ଏ ସମ୍ପର୍କରେ ଆଲୋଚନା କରିବା ପରେ ସାମ୍ବାଦିକା ଭୂମିକାରେ ଅବତୀର୍ଣ୍ଣ ହେବାକୁ ରାଜି ହେଇଛନ୍ତି।

କୋଭିଡ୍‌ର ଦ୍ବିତୀୟ ଲହର ଯୋଗୁଁ ସୁଟିଂ ସ୍ଥଗିତ ରହିଥିଲା। ଲହର ଥମି ଆସିଥିବାରୁ ସରକାର ମଧ୍ୟ କଟକଣାରେ କୋହଳ କରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ନିର୍ଦ୍ଦେଶକ କୋଲକାତା ଓ ପୁରୁଲିଆ ଅଞ୍ଚଳରେ ଏହାର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କନ୍ନଡ଼ରେ ‘ଉଲ୍ଲାସ ଉତ୍ସାହ’, ପଞ୍ଜାବୀରେ ‘ଏକ୍ ନୁର୍’, ତେଲୁଗୁରେ ‘ନୁଭିଲ୍ଲା’, ମାଲୟାଲମରେ ‘ହିରୋ’, ତାମିଲରେ ‘ଗୌରବମ୍’ ଆଦି ସିନେମାର ନାୟିକା ସାଜିଥିବା ୟାମୀ ହିନ୍ଦୀ ଚଳଚ୍ଚିତ୍ର ଭିକି ଡୋନର୍‌, ଟୋଟାଲ୍ ସିୟାପା, ଆକ୍ସନ୍ ଜାକ୍ସନ୍, ବଦଲାପୁର, ସନମ୍ ନେ, ଜୁନୁନିୟତ୍, କାବିଲ୍, ସର୍‌କାର-୩, ବତି ଗୁଲ୍‌ ମିଟର ଚାଲୁ, ବାଲା, ଗିନ୍ନି ୱେଡସ୍‌ ସନ୍ନିରେ ଅଭିନୟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ