ଅପରାଧ ରାଜ୍ୟ

ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ଧର୍ମ ପରିବର୍ତ୍ତନ ପାଇଁ ପଡ଼ୁଥିଲା ଚାପ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର ଗୁରୁବାର ଦିନ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ପୁଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଛି। କିନ୍ତୁ, ଉଭୟପକ୍ଷ ପୁଲିସ ଉପସ୍ଥିତିରେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଛନ୍ତି। ଗଣମାଧ୍ୟମ ସାମ୍ନାରେ ବି ପରସ୍ପର ବିରୋଧରେ ବୟାନ ଦେଇଛନ୍ତି। ଏଭଳି ସ୍ଥିତିରେ ପୁଲିସ ସେମାନଙ୍କୁ ଦୁଇଦିନ ସମୟ ଦେଇଛି। ପରସ୍ପର ଭିତରେ ଆଲୋଚନା କରି ବିବାଦର ସମାଧାନ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଛାଡ଼ିଛି।

ଏହାଭିତରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ରେୟାଙ୍କ ଓକିଲ। ସେ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ ପାଇଁ ଶ୍ରେୟାଙ୍କ ଉପରେ ଚାପ ପଡ଼ିଥିଲା। ତେବେ, ଏ ସମ୍ପର୍କରେ ଥାନାରେ ଆଲୋଚନା ହୋଇନଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ହ୍ୟୁମାନଙ୍କ ପରିବାର ବି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଗୁରୁବାର ଦିନ ପ୍ରାୟ ୧୨ଟାରୁ ୩ଟା ପର୍ଯ୍ୟନ୍ତ ମହିଳା ଥାନା ପୁଲିସ ଉଭୟ ହ୍ୟୁମାନ ଓ ଶ୍ରେୟାଙ୍କୁ କାଉନସେଲିଂ କରିଥିଲା। ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଆଇଆଇସି ଅନସୂୟା ନାୟକ ଉଭୟଙ୍କୁ କାଉନସେଲିଂ କରିଥିଲେ। ତେବେ, ଥାନାରେ ରହିବା ସମୟ ଭିତରେ ଉଭୟ ପରିବାର ପରିସ୍ପର ବିରୋଧରେ ଅଭିଯୋଗ ଆଣିବା ସହିତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଥିଲେ ଯେ ହ୍ୟୁମାନ ନିଶାସକ୍ତ ଅବସ୍ଥାରେ ତାଙ୍କ ଝିଅଙ୍କୁ ଦୀର୍ଘ ୫ ବର୍ଷ ହେବ ନିର୍ଯାତନା ଦେଉଥିଲେ। ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ। ଏଥିପାଇଁ ଶ୍ରେୟା ୫ ମାସ ହେଲା ତାଙ୍କ ପାଖରେ ରହୁଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟପଟେ ହ୍ୟୁମାନଙ୍କ ମା’ ସେଫାଳିଙ୍କ ପାଲଟା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଶ୍ରେୟା, ତାଙ୍କ ବାପାମା’, ଭାଇ ଓ ଡ୍ରାଇଭର୍ ମଦ ପିଇବା ସହିତ ହ୍ୟୁମାନଙ୍କୁ ବି ମଦ ପିଆଉଥିଲେ। ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି। ଶ୍ରେୟାଙ୍କୁ ସେ କେବେ ବି ମାଡ଼ ମାରିନାହାନ୍ତି ବୋଲି କହିଥିଲେ।

ଏହିଭଳି ଏକ ପରିସ୍ଥିତିରେ ଶ୍ରେୟାଙ୍କ ଓକିଲ ଆଇନଜୀବୀ ଅନିଲ କୁମାର ରାୟ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶ୍ରେୟାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିବା ଏବଂ ଦୁଇଟି ପର୍ଯ୍ୟାୟରେ ଯୌତୁକ ବାବଦରେ ୧୫ଲକ୍ଷ ଟଙ୍କା ଓ ଗାଡ଼ି ଦିଆଯାଇଥିବା ଅଭିଯୋଗ କରିଥିଲେ। ତେବେ, ହ୍ୟୁମାନଙ୍କ ମା’ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିବାହର ସାତବର୍ଷ ଭିତରେ ଦିନେ ବି ଚର୍ଚ୍ଚ ଯିବାକୁ ତାଙ୍କୁ ବାଧ୍ୟ କରାଯାଇନଥିବା କହିଥିଲେ। ଏଥିସହିତ, ୧୫ଲକ୍ଷ ଟଙ୍କା ‌ଅଭିଯୋଗ ଉପରେ କହିଥିଲେ ଯେ, ତାଙ୍କର ସବୁ ଟଙ୍କା ଶ୍ରେୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବାବେଳେ ତାଙ୍କ ଗହଣା ବି ତାଙ୍କ ନାଁରେ ଥିବା ଲକରରେ ରହିଛି। ଗାଡ଼ି, ପ୍ଲଟ୍ ବି ଶ୍ରେୟାଙ୍କ ନାଁରେ ଅଛି। ଯୌତୁକ କାହିଁକି ମାଗିବୁ ବୋଲି ସେଫାଳି ପ୍ରଶ୍ନ କରିଥିଲେ। ଏଥିସହିତ, ହ୍ୟୁମାନଙ୍କର ଘର ନଥିବାରୁ ଘର କିଣିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଥିବା ଟଙ୍କା ସମ୍ପର୍କରେ ପଚାରିବାରୁ ଘର ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା ବୋଲି କହିଥିଲେ। ଆଲୋଚନା ମାଧ୍ୟମରେ ଉଭୟ ସ୍ବାମୀ-ସ୍ତ୍ରୀ ବିବାଦର ସମାଧାନ କରି ମିଶି ରହିବାକୁ ପରାମର୍ଶ ଦେଇଥିଲେ ସେଫାଳି।

ଏ ସମ୍ପର୍କରେ ଏସିପି ଅମିତାଭ ମହାପାତ୍ରଙ୍କ କହିଛନ୍ତି, ଏଯାଏ ଏହି ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇନାହିଁ। ଉଭୟଙ୍କୁ କାଉନସେଲିଂ କରାଯାଇଛି। ଉଭୟ ପକ୍ଷ ଦୁଇଦିନ ସମୟ ନେଇଛନ୍ତି। ଆଶା କରାଯାଉଛି ଯେ ଦୁଇଦିନ ମଧ୍ୟରେ କିଛି ସକାରାତ୍ମକ ନିଷ୍ପତ୍ତି ଆସିବ। ଧର୍ମାନ୍ତରୀକରଣ ଓ ହତ୍ୟା ଉଦ୍ୟମ କଥା ଆଲୋଚନା ସମୟରେ ଉଠିନାହିଁ। କେବେଳ ଯାହା ମାରପିଟ ଓ ପାଟିତୁଣ୍ଡ କଥା ଉଠିଥିଲା। ଦୁଇଦିନ ମଧ୍ୟରେ ଉଭୟ ଉଭୟ ସେମାନଙ୍କର ମତାମତ ଦେଲେ ମାମଲା ଆଗକୁ ବଢ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।