ଦେଶ ବିଦେଶ ମନୋରଞ୍ଜନ

ହ୍ୟାକ୍‌ ହେଲା ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌, ଇନ୍‌ଷ୍ଟା ପୋଷ୍ଟ୍‌ରେ ଦେଲେ ସୂଚନା

ମୁମ୍ବାଇ: ବଲିଉଡ୍‌ ସିନେ ନିର୍ମାତା ତଥା କୋରିଓଗ୍ରାଫର୍‌ ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ଫର୍‌ହା ତାଙ୍କର ଏକ ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହେବା ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଥିଲା। ସେ ତାଙ୍କର କମ୍ପ୍ୟୁଟର୍‌ ଇଞ୍ଜିନିୟର ସ୍ବାମୀ ଶିଶର କୁନ୍ଦରଙ୍କ ସହାୟତାରେ ସେହି ଆକାଉଣ୍ଟ୍‌କୁ ରିଟ୍ରାଇଭ୍‌ କରିବାରେ ସଫଳ ହୋଇଛନ୍ତି।

ସାରା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଏହା ସତ୍ୟ ଯେ ମୋ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ପୂର୍ବରୁ ମୋ ଇନ୍‌ଷ୍ଟା ଆକାଉଣ୍ଟ୍‌ ବି ହ୍ୟାକ୍‌ ହୋଇଥିଲା। ମୁଁ କମ୍ପ୍ୟୁଟର୍‌ ଇଞ୍ଜିନିୟରଙ୍କ ସହାୟତାରେ ତାହାକୁ ରିଟ୍ରାଇଭ୍‌ କରିବାରେ ସଫଳ ହୋଇଛି। ଶିଶର କୁନ୍ଦରଙ୍କୁ ଧନ୍ୟବାଦ। ଆଶା କରୁଛି କି ଟ୍ବିଟର୍‌ ଆକାଉଣ୍ଟ୍‌ ବି ଖୁବ୍‌ ଶୀଘ୍ର ରିଟ୍ରାଇଭ୍‌ ହୋଇଯିବ।

ଗତ ସଂଧ୍ୟାରେ ତାଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବାରୁ ତାଙ୍କ ଫଲୋର୍ସମାନଙ୍କୁ ସେ ତାଙ୍କ ଆକାଉଣ୍ଟର କୌଣସି ବି ମେସେଜ୍‌ର ରିପ୍ଲାଏ ଦେବାକୁ ମନା କରିଛନ୍ତି। ଫର୍‌ହା ଆହୁରି ବି କହିଛନ୍ତି କି ଏପରି କଲେ ଆପଣମାନଙ୍କ ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇପାରେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ