ଦେଶ ବିଦେଶ ରାଜନୀତି

ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ଭେଟିଲେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି

ୱାସିଂଟନ୍‌: ବୁଧବାର ଦିନ ଆମେରିକାରେ ଅବତରଣ କରିବା ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ହ୍ବାଇଟ୍‌ ହାଉସ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଛନ୍ତି।

ରୁଷ୍‌ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍‌ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ସାକ୍ଷାତ୍‌ ସମୟରେ ଜୋ ବାଇଡେନ୍‌ କହିଲେ, ବିଶ୍ବାସ ହେଉନି, ଏଭଳି ପାଶବିକ ଯୁଦ୍ଧରେ ୩୦୦ ଦିନ ଅତିବାହିତ ହୋଇଗଲାଣି। ଗୋଟାଏ ରାଷ୍ଟ୍ର ଭଳି ତିଷ୍ଠି ରହିବା ପାଇଁ ୟୁକ୍ରେନ୍‌ର ଅଧିକାର ଉପରେ ପୁଟିନ୍‌ ପାଶବିକ ଆକ୍ରମଣ କରିଛନ୍ତି। ନିରୀହ ୟୁକ୍ରେନ୍‌ ଜନତାଙ୍କୁ ଭୟଭୀତ କରିବା ବ୍ୟତୀତ ଏହି ଆକ୍ରମଣର ଆଉ କିଛି କାରଣ ନାହିଁ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍‌ ଜେଲେନ୍‌ସ୍କିଙ୍କୁ କହିଲେ, ଆପଣ କଦାପି ବେସାହାରା ହୋଇ ରହିବେ ନାହିଁ। ଆମେରିକୀୟମାନେ ସବୁବେଳେ ଆପଣଙ୍କ ପାଖେ ପାଖେ ଅଛନ୍ତି ଓ ଯେତେ ଦିନ ପର୍ଯ୍ୟନ୍ତ ଆବଶ୍ୟକ ରହିବେ ମଧ୍ୟ। ମୁଁ ନିଃସନ୍ଦେହ ଆମେ ଏକତ୍ର ହୋଇ ସ୍ବାଧୀନତାର ବହ୍ନି ପ୍ରଜ୍ଜ୍ବଳନ କରି ରଖିପାରିବା। ସେ ଆଲୋକ ଚିରକାଳ ରହିବ ଓ ଅନ୍ଧକାର ଉପରେ ବିଜୟ ହାସଲ କରିବ।

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଲେ, ସହାୟତା ପାଇଁ ମୁଁ କଂଗ୍ରେସ ନିକଟରେ କୃତଜ୍ଞ। ରାଷ୍ଟ୍ରପତି ମହାଶୟ ଆପଣଙ୍କ ପ୍ରତି ବି କୃତଜ୍ଞ। ଦୁଇ ଦଳୀୟ ସମର୍ଥନ ପ୍ରତି ବି କୃତଜ୍ଞତା, କଂଗ୍ରେସ ପ୍ରତି କୃତଜ୍ଞତା। ଆମେରିକାର ଜନସାଧାରଣ ପ୍ରତି ଆମ ଜନସାଧାରଣଙ୍କ ମଧ୍ୟ କୃତଜ୍ଞ।

ଏହାଛଡ଼ା, ୟୁ.ଏସ୍‌. କଂଗ୍ରେସରେ ଐତିହାସିକ ଉଦ୍‌ବ‌ୋଧନ ଦେଇ ସାଂସଦମାନଙ୍କୁ ଜେଲେନ୍‌ସ୍କି କହିଲେ, ୟୁକ୍ରେନ୍‌ ସର୍ବବ୍ୟାପ୍ତ ଓ ଜୀବନ୍ତ। ୟୁକ୍ରେନ୍‌ ତା’ର ରାଷ୍ଟ୍ରୀୟ ମର୍ଯ୍ୟାଦା ବଜାୟ ରଖିବ। କଦାପି ଆତ୍ମ ସମର୍ପଣ କରିବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର