ରାଜ୍ୟ ସ୍ପେଶାଲ ରିପୋର୍ଟ

ହେଲ୍‌ଥ ଟିପ୍ସ: ଶ୍ବାସରୋଗ ଔଷଧ ବିକ୍ରିରେ ବୃଦ୍ଧି

ଭୁବନେଶ୍ବର : ଦେଶରେ ଔଷଧ ବିକ୍ରିର ପରିମାଣ ମହାମାରୀ ପୂର୍ବସ୍ତରକୁ ଖସି ଆସିଛି। ଏହି ସମୟରେ ଔଷଧ ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହାଫଳରେ ଗତ ଏପ୍ରିଲ ମାସରେ ଭାରତୀୟ ଫାର୍ମା ବଜାର(ଆଇପିଏମ୍‌)ରେ ଔଷଧର ବିକ୍ରି ୨୦୧୯ ଏପ୍ରିଲ ତୁଳନାରେ ମାତ୍ର ୦.୨୧ ପ୍ରତିଶତ ବୃଦ୍ଧି ପାଇଛି। ହୃଦ୍‌ରୋଗ, ମଧୁମେହ, ଭିଟାମିନ୍ ଆଦି ଔଷଧ ବିକ୍ରିରେ ହ୍ରାସ ହୋଇଥିବା ବେଳେ ଶ୍ବାସଜନିତ ରୋଗ, ଆଣ୍ଟି-ଇନ୍‌ଫେକ୍ଟିଭ ଏବଂ ପେନ୍ ଏବଂ ଆନାଲଜେସିକ୍ସ ବିକ୍ରିରେ ବୃଦ୍ଧି ନଜରକୁ ଆସିଛି। ଫାର୍ମାରାକ୍ ଆୱାକ୍ସ ପକ୍ଷରୁ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି।

ଆଇପିଏମ୍‌ର ବାର୍ଷିକ ଅଭିବୃଦ୍ଧି ୨୦୧୯ ଏପ୍ରିଲ ତୁଳନାରେ ୨୦୨୩ ମସିହାରେ ୬ ପ୍ରତିଶତ ରହିଛି। ହେଲେ ୨୦୨୨ ତୁଳନାରେ ମାତ୍ର ୧.୯ ପ୍ରତିଶତ ବୃଦ୍ଧି ହୋଇଛି। ଭିଟାମିନ୍ ଔଷଧର ବିକ୍ରି ବିଯୁକ୍ତ ୨.୨ ପ୍ରତିଶତ ରହିଛି। ହୃଦ୍‌ରୋଗ, ମଧୁମେହ ଔଷଧର ଅଭିବୃଦ୍ଧି ଏକ ଅଙ୍କରେ ସୀମିତ ରହିଛି। ଡାକ୍ତର-ବିଶେଷଜ୍ଞଙ୍କ ମତରେ କୋଭିଡ୍‌ ପରେ ଲୋକମାନଙ୍କଠାରେ ଶ୍ବାସରୋଗ ବୃଦ୍ଧି ପାଇଛି। ତେଣୁ ଅନ୍ୟ ଔଷଧର ବିକ୍ରି ହ୍ରାସ ପାଉଥିବା ବେଳେ ଶ୍ବାସରୋଗ ଔଷଧର ବିକ୍ରି ବଢ଼ିଛି।

Shutterstock

ଫାର୍ମାରାକ୍ ଆୱାକ୍ସର ଉପ-ସଭାପତି ସୀତଲ ସାପଲେଙ୍କ ମତରେ, ଏପ୍ରିଲ ମାସରେ ଅଧିକାଂଶ ଔଷଧର ବିକ୍ରି ହ୍ରାସ ପାଇଛି। ୨୦୧୯ ମସିହାରେ ଆଇପିଏମ୍‌ର ବଜାର ୧୩୨,୮୧୦ କୋଟି ଟଙ୍କା ଥିବା ବେଳେ ୨୦୨୩ରେ ଏହା ୧୮୪,୮୫୯ କୋଟିକୁ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଏଥିରେ ୯.୭ ପ୍ରତିଶତ ବୃଦ୍ଧି ହୋଇଛି। ହୃଦ୍‌ରୋଗ ଜନିତ ଔଷଧର ବିକ୍ରି ୨୦୧୯ ମସିହାରେ ୧୬,୫୨୭ କୋଟି ଥିବା ବେଳେ ୨୦୨୩ ଏପ୍ରିଲରେ ଏହା ୨୩,୯୯୯ କୋଟିରେ ପହଞ୍ଚିଛି। ବିକ୍ରି ପରିମାଣ ନୁହେଁ, ଔଷଧ କମ୍ପାନିମାନେ ଔଷଧର ଦର ବୃଦ୍ଧି କରିବା ଫଳରେ ଏହି ବୃଦ୍ଧି ଦେଖିବାକୁ ମିଳିଛି। ଯଦି ବାର୍ଷିକ ବିକ୍ରିକୁ ହିସାବକୁ ନିଆଯାଏ ତାହାଲେ ଏହି ସମୟରେ ଔଷଧ ବିକ୍ରି ପରିମାଣ ୧.୯ ପ୍ରତିଶତରେ ଏକପ୍ରକାର ସ୍ଥିର ଥିବା ବେଳେ ଔଷଧର ଦର ବୃଦ୍ଧି ୫.୯ ପ୍ରତିଶତ ରହିଛି।

ସେହିପରି ଏକ ଔଷଧ କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି, ଔଷଧର ବିକ୍ରି ଅଭିବୃଦ୍ଧି ଏକପ୍ରକାର ସ୍ଥାଣୁ ପାଲଟିଛି। ମଧୁମେହ ରୋଗ କ୍ଷେତ୍ରରେ ଉତ୍ପାଦର ବୃଦ୍ଧି ହାର ବାର୍ଷିକ ୫.୪ ପ୍ରତିଶତ ଦେଖିବାକୁ ମିଳିଥିବା ବେଳେ ବିକ୍ରି ପରିମାଣ ୧.୧ ପ୍ରତିଶତ ହ୍ରାସ ପାଇଛି। ଲୋକମାନେ କମ୍ ଦାମ ଥିବା ଔଷଧ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହାସତ୍ତ୍ବେ ବି ଔଷଧ ବିକ୍ରିରେ ବୃଦ୍ଧି ହେଉନାହିଁ। ଯାହାକି ଚିନ୍ତାର ବିଷୟ ବୋଲି ଅଧିକାରୀ ଜଣକ କହିଛନ୍ତି। ଅପରପକ୍ଷରେ କରୋନା ମହାମାରୀ ସମୟରେ ଭିଟାମିନ ଔଷଧର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଥିଲା। ଲୋକମାନେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଅଧିକ ମାତ୍ରରେ ଭିଟାମିନ୍ ଔଷଧ ଖାଇବାକୁ ପସନ୍ଦ କରିଥିଲେ। ତେବେ ଟିକାକରଣ ଓ ମହାମାରୀ ହ୍ରାସ ପାଇବାରେ ଭିଟାମିନ୍ ଔଷଧ ବିକ୍ରି ଯଥେଷ୍ଟ ହ୍ରାସ ପାଇଛି। ଫାର୍ମା‌ରାକ ଆୱାକ୍ସର ତଥ୍ୟ ଅନୁସାରେ ଭିଟାମିନ୍ ଔଷଧର ବିକ୍ରି କେବଳ ଏପ୍ରିଲ ମାସରେ ୧୨.୪ ପ୍ରତିଶତ ହ୍ରାସ ପାଇଛି। ବାର୍ଷିକ ସ୍ତରରେ ଏଥିରେ ୦.୮ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।