ଖେଳ ଦେଶ ବିଦେଶ

ହେଲମେଟ୍ ଅଘଟଣ ପରେ ପଲଟିଗଲା ବାଜି, ହାଇଦ୍ରାବାଦ ହାତରୁ ବିଜୟ ଛଡାଇ ଆଣିଲା ପଞ୍ଜାବ

ଦୁବାଇ,୨୫|୧୦: ବିଜୟ ଲକ୍ଷ୍ୟ ଥିଲା ମାତ୍ର ୧୨୭ । ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏହି ଲକ୍ଷ୍ୟ ବଡ ନଥିଲା । କିନ୍ତୁ ଦଳର କୌଣସି ବ୍ୟାଟସମ୍ୟାନ୍ ପଞ୍ଜାବ ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଦଳର ବ୍ୟାଟିଂ ଅର୍ଡର ତାସ୍ ପତା ଭଳି ଭୁଷୁଡି ପଡିଥିଲା । ଫଳରେ ହାଇଦ୍ରାବାଦ ମାତ୍ର ୧୨ ରନରେ ପଞ୍ଜାବଠୁ ପରାସ୍ତ ହୋଇଥିଲା ।

ଶନିବାର ଦୁବାଇରେ ଖେଳାଯାଇଥିବା ଆଇପିଏଲର ୪୩ ତମ ମ୍ୟାଚରେ ହାଇଦ୍ରାବାଦ ଜିତୁଥିବା ମ୍ୟାଚ୍ ହାରି ଯାଇଛି । ଗୋଟିଏ ସମୟ ଏପରି ଥିଲା ଯେତେବେଳେ ପଞ୍ଜାବର ପରାଜୟ ନିଶ୍ଚିତ ଥିଲା । କିନ୍ଟୁ ହଠାତ ବାଜି ପଲଟି ଯାଇଥିଲା । ୧୨୬ ରନର ଟାର୍ଗେଟକୁ ପିଛା କରୁଥିବା ହାଇଦ୍ରାବାଦ ୧୧୪ ରନରେ ଅଟକି ଯାଇଥିଲା ।

ହାଇଦ୍ରାବାଦ ୧୭ ଓଭରରେ ୪ ଓ୍ୱିକେଟ ହରାଇ ୧୦୭ ରନ୍ କରିଥିଲା । ଦଳର ବିଜୟର ଦ୍ୱାରଦେଶରେ ଥିଲା । ବିଜୟୀ ହେବାକୁ ୩ ଓଭରରେ ୨୦ ରନ୍ ଆବଶ୍ୟକ ଥିବା ବେଳେ ଏହାପରେ ଯାହା ହୋଇଥିଲା ତାହା କେହି କଲ୍ପନା କରିନଥିଲେ । ୧୮ ତମ ଓଭରରେ ହେଲମେଟକୁ ନେଇ ଏକ ଅଘଟଣ ହୋଇଥିଲା । ଏହାପରେ ହାଇଦ୍ରାବାଦ ୪ ରନରେ ହିଁ ୬ ଓ୍ୱିକେଟ୍ ହରାଇ ଦେଇଥିଲା ।

୧୮ ଓଭରରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଅର୍ଶଦୀପ ସିଂଙ୍କୁ ବୋଲିଂ ଦେଇଥିଲେ । କ୍ରିଜରେ ଥିଲେ ବିଜୟ ଶଙ୍କର ଓ ଜେସନ ହୋଲ୍ଡରଙ୍କ ଭଳି ବ୍ୟାଟସମ୍ୟାନ୍ । ଏହି ଓଭରର ପ୍ରଥମ ୩ ବଲରେ ୨ ରନ୍ ବ୍ୟୟ କରିଥିଲେ ଅର୍ଶଦୀପ । ଏହାର ପର ବଲରେ ବିଜୟ ଶଙ୍କର ରନ୍ ନେଉଥିବା ବେଳେ ଫିଲ୍ଡର ବଲ୍ ଥ୍ରୋ କରିଥିଲେ । ବଲ୍ ସିଧା ବିଜୟଙ୍କ ମୁଣ୍ଡରେ ବାଜିଥିଲା । ବିଜୟ ଆହତ ହୋଇଥିଲେ ମଧ୍ୟ ଖେଳ ଜାରି ରଖିଥିଲେ । ଏହାର ପରବର୍ତ୍ତୀ ବଲରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ବ୍ୟାଟସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ