ରାଜ୍ୟ

ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଘଟଣାସ୍ଥଳରେ ଚାଲିଗଲା ଜୀବନ, ଚାଳକ ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ନିକଟରେ ଟ୍ରକ୍‌ ହେଲପରଙ୍କ ଉପରେ ଟ୍ରକ୍‌ ମାଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗାଡ଼ି ସଜାଡ଼ିବା ବେଳେ ପଛରୁ ଆସି ଏକ ଟ୍ରକ୍‌ ଧକ୍କା  ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।

ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଉକ୍ତ ଟ୍ରକଟି କେଉଁଝର ଅଞ୍ଚଳରୁ ଲୁହାପଥର ନେଇ ଧାମରା ବନ୍ଦରକୁ ଆସୁଥିବା ସୂଚନା ରହିଛି। ଲୁହାପଥର ବୋଝେଇ ଟ୍ରକଟିର ଯାନ୍ତ୍ରିକ ତ୍ରୁଟି ପାଇଁ ପାର୍କିଂ କରି ଛିଡ଼ା ହୋଇଥିବା ବେଳେ ପଛପଟୁ ଏକ ଚିପ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା। ଟାୟାର ଖୋଲୁଥିବା ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଚିପ୍ସ ବୋଝେଇ ଟ୍ରକ ଚାଳକ ବି ଗୁରୁତର ହୋଇଛନ୍ତି। ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।