ମନୋରଞ୍ଜନ

ହେମା ମାଳିନୀଙ୍କ ସେକ୍ରେଟାରୀଙ୍କ କରୋନାରେ ଦେହାନ୍ତ, ଟ୍ୱିଟ୍ କରି ଜଣାଇଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୯/୦୫: ବିଶିଷ୍ଟ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ସେକ୍ରେଟାରୀ ମେହେତା ଜୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି । ହେମା ମାଳିନୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ମେହେତା ଜୀଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।


ହେମା ମାଳିନୀ ଟୁଇଟ୍ କରି କହିଛନ୍ତି, “ଅତ୍ୟନ୍ତ ଦୁଃଖର ସହିତ ମୋର ୪୦ ବର୍ଷର ସହଯୋଗୀ , ମୋର ସଚିବ ମେହେତା ଜୀଙ୍କୁ ବିଦାୟ ଦେଉଛି । ଯିଏକି ବହୁତ ପରିଶ୍ରମୀ ଏବଂ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଥିଲେ । ସେ ଆମ ପରିବାରର ଅଂଶ ଥିଲେ ଏବଂ କରୋନା ସଂକ୍ରମଣ ହେତୁ ଆମେ ତାଙ୍କୁ ହରାଇଲୁ । ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ।

हेमा मालिनी
ନିକଟରେ ଅଭିନେତ୍ରୀ ହେମା ମାଳିନୀ କୋରାନାର ପ୍ରଥମ ଟୀକା ଲଗାଇଥିଲେ । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସେ ଏହି ସୂଚନା ଦେଇଥିଲେ । ଫଟୋ ସେୟାର କରି ସେ ଲେଖିଥିଲେ ଯେ କପୁର୍ ହସ୍ପିଟାଲର ଏକ ସର୍ବସାଧାରଣ ସ୍ଥାନରେ ମୁଁ କୋଭିଡ ଟିକା ନେଇଛି । ଏହା ସହିତ ହେମା ମାଳିନୀ ମଧ୍ୟ କରୋନା ଟିକା ନେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ