ଖେଳ ଦେଶ ବିଦେଶ

ହୃଦୟ ଜିତିଲା ଟିମ୍ ଇଣ୍ଡିଆ, ଲକମଲଙ୍କୁ ଶୁଭେଚ୍ଛା ଜଣାଇଲେ ଦ୍ରାବିଡ ଓ କୋହଲି

ନୂଆଦିଲ୍ଲୀ ୧୪/୦୩: ହୃଦୟ ଜିତିଲେ ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି । ଉଭୟ ଶ୍ରୀଲଙ୍କା ଡ୍ରେସିଂ ରୁମରେ ଭ୍ରମଣକାରୀ ଦଳର ଖେଳାଳି ଲକମଲଙ୍କୁ କ୍ରିକେଟ କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀଲଙ୍କା ବୋଲର ସୁରଙ୍ଗା ଲକମଲ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଦ୍ରାବିଡ ଓ ବିରାଟ ତାଙ୍କୁ ଭେଟିଥିଲେ । ଯାହାର ଭିଡିଓ ବିସିସିଆଇ ସେୟାର କରିଛି । ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିନରେ ଏହି ଘଟଣା ଦେଖିବାକୁ ମିଳିଥିଲା ।

ଲକମଲ ଶ୍ରୀଲଙ୍କା ତରଫରୁ ୭୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ସେ ୩୬.୪୪ ଆଭରେଜରେ ୧୭୧ ଓ୍ୱିକେଟ୍ ହାସଲ କରିଛନ୍ତି । ସେ ଶ୍ରୀଲଙ୍କା ଦଳର ଷ୍ଟାର୍ ବୋଲର । ତାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବ ।

ସୂଚନାଯୋଗ୍ୟ, ମ୍ୟାଚରେ ଭାରତ ୩୦୩ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ପ୍ରଥମ ପାଳିରେ ୧୪୩ ରନ୍ ଆଗରେ ଥିବା ଭାରତ ଶ୍ରୀଲଙ୍କାକୁ ୪୪୭ ରନ୍‌ର ଟାର୍ଗେଟ୍ ଦେଇଛି । ତେବେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିବା ଶ୍ରୀଲଙ୍କା ପାଇଁ ଅସମ୍ଭବ ବୋଲି କୁହାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ