ରାଜ୍ୟ ସ୍ୱାସ୍ଥ୍ୟ

ହୁ ହୁ ହୋଇ ବଢିଚାଲିଛି କରୋନା: ଆଜି ୧୧ ହଜାର ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ବଢିଚାଲିଛି | କରୋନା ବଢିବା ସାଙ୍ଗକୁ ଓଡ଼ିଶାରେ କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪, ସୁନ୍ଦରଗଡରୁ ୨୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଜାନୁଆରୀ ପହିଲାରୁ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାବଦରେ ଆଲୋଚନା କଲେ ଦିନକୁ ଦିନ ଏହା ବଢୁଥିବା ଦେଖିବାକୁ ମିଳିଛି |

ଆଜି ୧୧୧୭୭, ଜାନୁଆରୀ ୧୫ରେ ୧୦୮୫୬, ଜାନୁଆରୀ ୧୪ରେ ୧୦୨୭୩, ଜାନୁଆରୀ ୧୩ରେ ୧୦୦୫୯, ଜାନୁଆରୀ ୧୨ରେ ୮୭୭୮, ଜାନୁଆରୀ ୧୧ରେ ୭୦୭୧, ଜାନୁଆରୀ ୧୦ରେ ୪୮୨୯, ଜାନୁଆରୀ ୯ରେ ୪୭୧୪, ଜାନୁଆରୀ ୮ରେ ୩୬୭୯, ଜାନୁଆରୀ ୭ ରେ ୨୭୦୩, ଜାନୁଆରୀ ୬ ରେ ୧୮୯୭, ଜାନୁଆରୀ ୫ରେ ୧୨୧୬, ଜାନୁଆରୀ ୪ରେ ୬୮୦, ଜାନୁଆରୀ ୩ରେ ୪୨୪, ଜାନୁଆରୀ ୨ରେ ୪୨୪, ଜାନୁଆରୀ ୧ରେ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କେବଳ ଜାନୁଆରୀ ମାସର ୧୬ ଦିନରେ ୭୯୦୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ଆକ୍ଟିଭ କେସ ୭୦ ହଜାର ମୁହାଁ ହୋଇଛି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ