ଦେଶ ବିଦେଶ ରାଜନୀତି

ହିମାଚଳରେ ବିଜୟ ମୁହାଁ କଂଗ୍ରେସ ! କିଏ ହେବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ? କଂଗ୍ରେସ ଅଧ୍ୟକ୍ଷ କହିଲେ…

ବ୍ୟୁରୋ: ହିମାଚଳରେ ପୁଣି ଫେରୁଛି କଂଗ୍ରେସ ରାଜ୍ ! ବର୍ତ୍ତମାନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ କଂଗ୍ରେସ ହିମାଚଳ ପ୍ରଦେଶରେ ସରକାର ଗଢୁଥିବା ଭଳି ମନେ ହେଉଛି । ୬୮ ବିଧାନସଭା ସିଟ୍ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଢିବାକୁ ୩୯ ବିଧାୟକ ଆବଶ୍ୟକ । ଯାହାକି ଏଥର ନିର୍ବାଚନରେ କଂଗ୍ରେସ ହାତେଇଲା ଭଳି ଅନୁମାନ କରାଯାଉଛି । ତେବେ ହିମାଚଳ ପ୍ରଦେଶରେ ଯଦି କଂଗ୍ରେସ ଜିତାପଟ ହାସଲ କରେ, ତେବେ କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ କହିଛନ୍ତି ଯେ, ରାଜ୍ୟର କଂଗ୍ରେସ ବିଧାୟକ ହିଁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ବାଛିବେ । ବିଧାୟକମାନେ ନିଜର ପସନ୍ଦ ମୁତାବକ ମୁଖ୍ୟମନ୍ତ୍ରୀ ବାଛିବେ । କଂଗ୍ରେସ ଆଲାକମାଣ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ । ଅନ୍ୟପଟେ ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନତା ଆଗକୁ ବି ବୀରଭଦ୍ର ସିଂହଙ୍କ ପରିବାରକୁ ନେତୃତ୍ୱରେ ଦେଖିବାକୁ ଚାହୁଁଛନ୍ତି ।

ପ୍ରତିଭା ସିଂହ ହେଉଛନ୍ତି ବୀରଭଦ୍ର ସିଂହଙ୍କ ପତ୍ନୀ । ତେବେ ବୀରଭଦ୍ର ହେଉଛନ୍ତି ହିମାଚଳ ପ୍ରଦେଶର ୬ଥର ମୁଖ୍ୟମନ୍ତ୍ରୀ ରହିଥିବା ନେତା । ୧୯୯୮ ମସିହାରେ ପ୍ରତିଭା ସିଂହ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ଯେଉଁଠି ପ୍ରଥମ ଲୋକସଭା ନିର୍ବାଚନ ଲଢି ସେ ପରାଜିତ ହୋଇଥିଲେ । ତେବେ ୨୦୦୪ ଲୋକସଭା ନିର୍ବାଚନରେ ସେ ଦ୍ୱିତୀୟ ଥର ନିଜର ଭାଗ୍ୟ ପରୀକ୍ଷା କରିବା ସହ ନିର୍ବାଚନରେ ବିଜୟୀ ହୋଇଥିଲେ । ଗତ ଏପ୍ରିଲ ମାସରେ ହିଁ ସେ ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ ।

ମାତ୍ର ୬ ମାସ ଭିତରେ ହିଁ ପ୍ରତିଭା ସିଂହ ହିମାଚଳ ରାଜନୀତିରେ ନିଜର ପ୍ରତିଭା ଦେଖାଇଛନ୍ତି । କଂଗ୍ରେସ ନିର୍ବାଚନରେ ସଫଳତା ହାସଲ କରିବା ସହ ପୁଣିଥରେ ସତ୍ତାକୁ ଫେରିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର