ଅପରାଧ ରାଜ୍ୟ

ହିନ୍ଦୋଳ SDPOଙ୍କ ବେଆଇନ ସମ୍ପତ୍ତିର ପେଡି ଖୋଲୁଛି ଭିଜିଲାନ୍ସ, ସେପଟେ ଟଙ୍କା ଓ ସୁନା ଗହଣା ଆଟାଚ ଧରି ଛୁ ମାରିଲେ ପତ୍ନୀ

ଢେଙ୍କାନାଳ ୨।୬: ଜଣେ କ୍ରସର ମାଲିକଙ୍କୁ ନାନା କେସ୍ ଭୟ ଦେଖାଇ ୩୦ ହଜାର ଟଙ୍କା ଚାନ୍ଦା ଆଦାୟ କରୁଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିର ପେଡି ଖୋଲିବାରେ ଲାଗିଛି ଭିଜିଲାନ୍ସ । ମଳୟଙ୍କୁ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ କାବୁ କରିବା ପରେ ଏକ ମାମଲା ରୁଜୁ କରି ଗିରଫ କରିଛି ।

ତେବେ ଗିରଫ ଏହି ଲାଞ୍ଚୁଆ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଠୁଳ କରିଥିବା ଜଣାପଡିଛି । ଏପରିକି ଭୁବନେଶ୍ବର, ପୁରୀ, ସମ୍ବଲପୁର ଓ ଅନୁଗୁଳ ଆଦି ସ୍ଥାନରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ । ତେବେ ହିନ୍ଦୋଳ ସ୍ଥିତ ସରକାରୀ କ୍ବାର୍ଟରରେ ଚଢ଼ାଉ ପୂର୍ବରୁ ଖବର ପାଇ ତାଙ୍କ ପତ୍ନୀ ଘରେ ଥିବା ଟଙ୍କା ଓ ସୁନା ଗହଣା ଏକ ଅଟାଚରେ ନେଇ ଛୁ ମାରିଛନ୍ତି ।

ସେପଟେ ମଳୟଙ୍କର ଘର ଅନୁଗୁଳ ଅଁଳାପଡାରେ ଏକ ଦୁଇ ମହଲା ବିଶାଳ କୋଠା, ଭୁବନେଶ୍ବର ଶଙ୍କରପୁର ସ୍ଥିତ ଟାଟା ଏରିନାରେ ଏକ ଫ୍ଲାଟ, ପୁରୀରେ ଏକ ଫ୍ଲାଟ, ସମ୍ବଲପୁର ଧନୁପାଲିରେ ଏକ ଦୁଇ ମହଲା ବିଶାଳ କୋଠା ସାଙ୍ଗକୁ ଅନ୍ୟ ଏକ ପ୍ଲଟ ଥିବା ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଛି ।

ଅପରପକ୍ଷରେ ମଳୟ ନାୟକଙ୍କର ବିଭିନ୍ନ ବ୍ୟାଙ୍କରେ ନିଜ ଓ ନିଜ ସମ୍ପର୍କୀୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ, ବୀମା ବଣ୍ଡ, ଫିକ୍ସି ଡିପୋଜିଟ୍ ଆଦି ଥିବା ସୂଚନା ପାଇ ଭିଜିଲାନ୍ସ ପକ୍ଷରୁ ଛାନଭିନ ଆରମ୍ଭ କରିଛି । ତେବେ କଟକ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଅନ୍ୟୁନ ୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ସୂଚନା ଭିଜିଲାନ୍ସ ପାଇ ସାରିଥିବା ବେଳେ ଆଗକୁ ଏହାର ପରିମାଣ ବଢିବାର ସମ୍ଭାବନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।