ରାଜ୍ୟ

ହାୱଡ଼ା-ମୁମ୍ବାଇ ମେଲ୍‌ ଲାଇନ୍‌ଚ୍ୟୁତ: ମୃତ ୨ ଯାତ୍ରୀ ରାଉରକେଲାର, ୨୫ ମିନିଟ୍‌ ପୂର୍ବରୁ ଟାଟାରୁ ଚଢ଼ିଥିଲେ

ରାଉରକେଲା: ହାୱଡା-ମୁମ୍ବାଇ ମେଲ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଯାତ୍ରୀ ରାଉରକେଲା ସହରର। ମୃତକ ଦୁହେଁ ହେଲେ ମାଲଗୋଦାମ ସର୍ଦ୍ଦାର ବସ୍ତିର ଅଜିତ ସାମଲ ଓରଫ୍‌ ଲୁବା (୩୬) ଏବଂ ରେଲୱେ କଲୋନିର ପି. ବିକାଶ ରାଓ ଓରଫ୍‌ ଛୋଟୁ (୩୨)। ଦୁହେଁ ରବିବାର ରାଉରକେଲାରୁ କୌଣସି କାମରେ ଟାଟା ଯାଇଥିଲେ। କାମସାରି ରାଉରକେଲା ଫେରିବାକୁ ଟାଟା ଷ୍ଟେସନରୁ ଭୋର ପ୍ରାୟ ୩ଟା ୨୦ ମିନିଟ୍‌ରେ ହାୱଡା-ମୁମ୍ବାଇ ମେଲ୍‌ (୧୨୮୧୦)ରେ ଚଢ଼ିଥିଲେ। ୨୫ ମିନିଟ୍‌ ପରେ ଅର୍ଥାତ୍‌ ୩ଟା ୪୫ ମିନିଟ୍‌ରେ ରାଜଖରସୁଆଁ ଓ ବଡ଼ାବାମ୍ବୋ ଷ୍ଟେସନ ମଧ୍ୟରେ ମୁମ୍ବାଇ ମେଲ୍‌ ଛିଡା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେବା ପରେ ଲାଇନଚ୍ୟୁତ୍‌ ହୋଇଥିଲା। ଟ୍ରେନ୍‌ର ମୋଟ ୨୨ଟି ବଗିରୁ ୧୮ଟି ଲାଇନଚ୍ୟୁତ୍‌ ହୋଇଯାଇଥିଲା। ଗୋଟିଏ ‌ବଗିରେ ଆସୁଥିବା ପି. ବିକାଶ ରାଓ ଓ ଅଜିତ ସାମଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ଘଟିବାବାର ୬/୭ ଘଣ୍ଟା ପରେ ପରିବାର ଲୋକଙ୍କ ପାଖରେ ରେଳବାଇ ପକ୍ଷରୁ ସୂଚନା ପହଞ୍ଚିଥିଲା।

ଅଜିତଙ୍କ ମା’ ସଞ୍ଜୁ ସାମଲ, ପତ୍ନୀ ଓ ତାଙ୍କ ପୁଅ ସକାଳୁ ଉଠିଥିଲେ ହେଁ ଅଜିତଙ୍କର ମୃତ୍ୟୁ ସମ୍ପର୍କରେ କିଛି ଜାଣିନଥିଲେ। ମୃତ ଅଜିତଙ୍କ ପତ୍ନୀ ପୁଅକୁ ସ୍କୁଲରେ ଛାଡ଼ି ଆସିଥିଲେ। କିଛି ସମୟ ପରେ ଅଜିତଙ୍କ ସାଙ୍ଗ ପହଞ୍ଚି ମୃତ୍ୟୁ ସମ୍ପର୍କରେ ଉଭୟ ମା’ ଓ ପତ୍ନୀଙ୍କୁ ସୂଚନା ଦେଇଥିଲେ। ହଠାତ୍‌ ଏଭଳି କଥାକୁ ଅଜିତଙ୍କ ମା’ ଓ ପତ୍ନୀ ବିଶ୍ବାସ କରିପାରି ନଥିଲେ। ଖବର ପାଇ ପଡୋଶୀମାନେ ଅଜିତଙ୍କ ଘରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ରେଳବାଇ ପୁଲିସ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସଂଧ୍ୟାରେ ଦୁହିଁଙ୍କ ଘରେ ଶବ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା। ସେପଟେ ରେଳବାଇ ପକ୍ଷରୁ ଦୁଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରାଯାଇଛି। ସେମିତି ଝାଡ଼ଖଣ୍ଡ ସରକାର ଉଭୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।