ଦେଶ ବିଦେଶ ମନୋରଞ୍ଜନ

ହାର୍ଟ-ଆଟାକ୍‌ରେ ଅଭିନେତା ବରୁଣ ଧାୱନଙ୍କ ଡ୍ରାଇଭରଙ୍କର ମୃତ୍ୟୁ

ନୂଆଦିଲ୍ଳୀ ୧୯।୦୧ : ବଲିଉଡ ଅଭିନେତା ବରୁଣ ଧୱନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ କଷ୍ଟଦାୟକ । ଅଭିନେତାଙ୍କ ଡ୍ରାଇଭର ଭାବେ କାମ କରୁଥିବା ମନୋଜଙ୍କର ହୋଇଛି ମୃତ୍ୟୁ । ଡ୍ରାଇଭରଙ୍କ ମୃତ୍ୟୁ ଯୋଗୁଁ ବରୁଣ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି । ସେ ସବୁବେଳେ ସମସ୍ତ ସୁଖ-ଦୁଃଖରେ ସବୁବେଳେ ସାଥିରେ ରହିଥାନ୍ତି ଓ ସେ କେବେ ଡ୍ରାଇଭର ଭାବରେ ହିଁ ନୁହେଁ ଭଲ ବନ୍ଧୁ ମଧ୍ୟ ଜଣେ ଥିଲେ । ବରୁଣ ଧୱନ ନିଜ ଡ୍ରାଇଭର ମନୋଜଙ୍କ ନିଧନ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଅଛନ୍ତି ।

ତେବେ ବାନ୍ଦ୍ରାର ମେହବୁବ ଷ୍ଟୁଡିଓରେ ହାଟ୍ ଆଟାକ୍ ଯୋଗୁଁ ମନୋଜଙ୍କ ଦେହାନ୍ତ ହୋଇଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବରୁଣଙ୍କୁ ଏକ ଆଡ୍ ର ସୁଟିଂ ପାଇଁ ସେ ମେହବୁବ ଷ୍ଟୁଡିଓରେ ଡ୍ରପ୍ କରିଥିଲେ । ଏହି ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଓ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହା ପରେ ବରୁଣ ଓ ବାକି ଲୋକମାନେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇକି ଯାଇଥିଲେ ହେଲେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ