ଦେଶ ବିଦେଶ ସ୍ୱାସ୍ଥ୍ୟ

ହାରିବ କରୋନା ଜିତିବ ଭାରତ : ଏବେ ସବୁଠାରୁ ବଡ଼ ଖବର,ଦୈନିକ ନୂତନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୦,୦୦୦ରୁ ଖସିଲା

ନୂଆ ଦିଲ୍ଲୀ ୨/୧୨: ଭାରତରେ କରୋନା ଭାଇରସର ମାମଲା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଆଶ୍ବସ୍ତିକର ବିଷୟ। ଗତ ୧୦ଦିନ ମଧ୍ୟରେ ୫୦ହଜାରରୁ କମ୍ କରୋନା ସଂକ୍ରମିତଙ୍କ ମାମଲା ସାମନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗ୍ରାଫ ସେୟାର କରିଛନ୍ତି ଯେଉଁଥିରେ ଦେଖାଯାଇଛି ଯେ ନଭେମ୍ବର ୨୧ତାରିଖରୁ ଡିସେମ୍ବର ୧ତାରିଖ ଯାଏଁ ପ୍ରତିଦିନ ଆସୁଥିବା କରୋନା ମାମଲା ୫୦ହଜାରରୁ କମ୍ ରହିଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛନ୍ତି ଯେ ଏହି ସମୟରେ କରୋନା ଯାଞ୍ଚ ବୃଦ୍ଧି ପାଇଛି ଏବଂ ପ୍ରତି ଦିନ ପାଖାପାଖି ଏକ ମିଲିୟନ ଅର୍ଥାତ୍ ୧୦ଲକ୍ଷ କରୋନା ଟେଷ୍ଟ୍ ହେଉଛି। ଗୁରୁବାର ଭାରତରେ ୩୧୧୧୮ କରୋନା ସଂକ୍ରମିତଙ୍କ ମାମଲା ଆସିଥିଲା। କିଛି ଦିନ ହିସାବରେ ଏହା ହ୍ରାସ ପାଇଛି। ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ୪,୩୫,୬୦୩ ସକ୍ରିୟ ମାମଲା ରହିଛି। ଭାରତରେ କୋଭିଡ-୧୯ର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ଲକ୍ଷରୁ କମ୍ ରହିଛି ଏବଂ ଏହା ମୋଟ ସଂକ୍ରମିତଙ୍କ ପାଖାପାଖି ୪.୬୦ ପ୍ରତିଶତ।
ଏବେ ସୁଦ୍ଧା ମୋଟ ୧୪.୧୩କୋଟିରୁ ଅଧିକ ନମୁନା ଯାଞ୍ଚ କରାଯାଇ ସାରିଛି ଏବଂ ସଂକ୍ରମଣ ହାର ନଭେମ୍ବର ୧୧ର ୭.୧୫ପ୍ରତିଶତ ତୁଳନାରେ କମ୍ ହୋଇ ଡିସେମ୍ବର ୧ତାରିଖରେ ୬.୯୯ପ୍ରତିଶତ ହୋଇଯାଇଛି।
ମହାରାଷ୍ଟ୍ର,କର୍ଣ୍ଣାଟକ,କେରଳ,ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରେ ଗତ ମାସରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। କେରଳ,ଦିଲ୍ଲୀ,କର୍ଣ୍ଣାଟକ,ଛତିଶଗଡ଼ ଭଳି ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା କମିଥିବାବେଳେ ଉତ୍ତରାଖଣ୍ଡ,ଗୁଜରାଟ,ଆସାମ ଏବଂ ଗୋଆରେ ରୋଗୀଙ୍କ ସଂଖ୍ୟା ବଢ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ