ମନୋରଞ୍ଜନ

ହାପି ବର୍ଥ ଡେ’ ବରୁଣ : ଅଭିନେତା ନୁହେଁ କୁସ୍ତିଯୋଦ୍ଧା ହେବାକୁ ଥିଲା ଇଚ୍ଛା

ମୁମ୍ବାଇ ୨୪/୦୪: ବଲିଉଡ ଅଭିନେତା ବରୁଣ ଧାୱନ ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ୨୪ ଏପ୍ରିଲ ୧୯୮୭ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ବରୁଣ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି । ତେବେ ବରୁଣଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି କଥା…

ଆଜିର ସମୟରେ ବରୁଣ ଧାୱନ ବଲିଉଡର ଏକ ଏପରି ଷ୍ଟାର ହୋଇଛନ୍ତି ଯିଏକି ଗୋଟିଏ ପରେ ଗୋଟିଏ ଅନେକ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । କିନ୍ତୁ ବରୁଣଙ୍କୁ ପିଲାବେଳେ କୁସ୍ତି ଖୁବ୍ ପସନ୍ଦ ଥିଲା ଏବଂ ସେ ଜଣେ କୁସ୍ତିଯୋଦ୍ଧା ହେବାକୁ ଚାହୁଁଥିଲେ । ପରେ, ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଏବଂ ଆଜି ସେ ଆଉ କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହଁନ୍ତି ।

ବରୁଣ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ବରୁଣ ଅଭିନେତା ଭାବରେ ପ୍ରଥମ ଥର ପାଇଁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ବାସ୍ତବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ମାଇଁ ନେମ୍ ଇଜ୍ ଖାନ ଯେଉଁଥିରେ ସେ କରନ ଜୋହରଙ୍କ ସହ ସହକାରୀ ଭାବରେ କାର୍ଯ୍ୟ କରିଥିଲେ ।

ଫିଲ୍ମ ‘ମାଇଁ ନେମ୍ ଇଜ୍ ଖାନ’ରେ ଡେବ୍ୟୁ କରିବା ପରେ ସେ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ABCD 2 ରେ ତାଙ୍କର ଦମଦାର ଡ୍ୟାନ୍ସ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ । ନିକଟରେ ବରୁଣ ଅରୁଣାଚଳ ପ୍ରଦେଶରେ ଫିଲ୍ମ ‘ଭେଡିଆର’ ସୁଟିଂ ପୁରା କରିଛନ୍ତି । ବରୁଣ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି କହିଛନ୍ତି ଯେ ପାନଡେମିକ୍ ରେ ଫିଲ୍ମ ସୁଟିଂ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ