ରାଜ୍ୟ ସ୍ପେଶାଲ ରିପୋର୍ଟ

ହାନାଗୁଡ଼ା ସରକାରୀ ଜମି ଜବରଦଖଲ ମାମଲା: ୮ରୁ ୬ଜଣ ହାଇକୋର୍ଟର ଦ୍ବାରସ୍ଥ

ଜୟପୁର: ୱାର୍ଡ ନଂ ୩ ହାନାଗୁଡାରେ ଥିବା ସରକାରୀ ଜମି  ଖାତା ନଂ ୧୪୫୮ ଓପ୍ଲଟ ନଂ ୩୪୯ର ପ୍ରାୟ ଦେଢ଼ ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ। ଜବରଦଖଲ ‌ହୋଇଥିବା ସରକାରୀ ଜମିରେ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ସହ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ଖୋଲିବାକୁ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଥିଲା।

ପୌରପାଳିକା ପକ୍ଷରୁ ୮ଜଣଙ୍କୁ ଚିହ୍ନଟ କରି ଜମି ଖାଲି କରିବାକୁ ନୋଟିସ୍ ଦେଇଥିଲେ। ୮ରୁ ୬ଜଣ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ସାମାୟିକ ଭାବେ ବନ୍ଦ କରି ସ୍ଥିତବସ୍ଥା ଜାରି କରିଛନ୍ତି। ପୌରପାଳିକା ସହ ଅପରପକ୍ଷ ଆଲୋଚନା କରି ଏହାର ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି। ପୌରପାଳିକା ପକ୍ଷରୁ ସମସ୍ତ ୮ଜଣଙ୍କୁ ଡାକିଥିଲେ ହେଁ କେହି ବି ପୌରପାଳିକା କୁ ଯାଇ ନଥିଲେ। ତେଣୁ ପୌରପାଳିକା ପକ୍ଷରୁ ଆଉ ଥରେ ନୋଟସି ଦେଇ ଆଉଗୋଟିଏ ତାରିଖ ନିର୍ଦ୍ଦାରଣ କରାଯାଇଥିବା କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ଦ୍ବିତୀୟ ତାରିଖରେ କେହି ଉପସ୍ଥିତ ନ ହେଲେ ସେ ସଂପର୍କରେ କୋର୍ଟକୁ ଜଣାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ। ଜବରଦଖଲ ଜମିରେ ବ୍ୟବସାୟୀକ ଏବଂ ଭଡ଼ାରେ ଦେବା ଉଦ୍ଦେଶ୍ୟରେ ଜମିକୁ ବ୍ୟବହାର କରାଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ। ତୁରନ୍ତ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ କରାଯିବା ପାଇଁ ପ୍ରସ୍ତାବ ରହିଥିବାରୁ ଅନ୍ୟ ସ୍ଥାନ ଚୟନ ପ୍ରକ୍ରିୟାରେ ରହିଛି, କିନ୍ତୁ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ସେହି ସ୍ଥାନରେ ହିଁ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।