ଅପରାଧ ରାଜ୍ୟ

ହାତୀ-ମଣିଷ ଲଢ଼େଇ ରୋକିବାକୁ ବହୁସୂତ୍ରୀ କାର୍ଯ୍ୟକ୍ରମ: ଦୁଇ ହଜାର ଗାଁକୁ ସମ୍ପ୍ରସାରିତ ହେବ ‘ଗଜ ସାଥୀ’

ଭୁବନେଶ୍ବର : ହାତୀଙ୍କ ଦେହରେ ଲାଗିବ ରେଡିଓ କଲାର। ଏହାଦ୍ବାରା ହାତୀର ଚଳପ୍ରଚଳ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରାଯାଇପାରିବ। ହାତୀପଲ କରିଡର୍‌ ବାହାରକୁ ଗଲେ, ସେମାନଙ୍କୁ ଟ୍ରାକ୍‌ କରି ବାଟକୁ ଅଣାଯାଇପାରିବ। ହାତୀଙ୍କ ଗତିବିଧି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଯାଇପାରିବ। କିଛି ମାସର ନିରବତା ପରେ ଦ୍ବିତୀୟଥର ଲାଗି ବନ ବିଭାଗ ‌ରେଡିଓ କଲାର ଲଗାଇବାକୁ ରୂପରେଖ ପ୍ରସ୍ତୁତ କରିଛି।

ହାତୀ ବେକରେ ଲାଗିବାକୁ ଥିବା ରେଡିଓ କଲାର୍‌ ପାଇଁ ବେଙ୍ଗାଲୁରୁର ଇନଷ୍ଟିଚ୍ୟୁଟ୍‌ ଅଫ ଫିଜିକ୍ସର ଏସିଆନ ନେଚର୍‌ କଞ୍ଜରଭେସନ୍‌ ଫାଉଣ୍ଡେସନ୍‌ ସହ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ପ୍ରାରମ୍ଭିକ ଭାବେ ପାଇଲଟ୍‌ ପ୍ରକଳ୍ପ ଆଧାରରେ ୩ଟି ହାତୀଙ୍କ ବେକରେ ଏହି ରେଡିଓ କଲାର ଲଗାଯିବ। ପୂର୍ବରୁ ଏହା କର୍ଣ୍ଣାଟକ, ତାମିଲନାଡୁରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିବା ବନ ବିଭାଗ କହିଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଓଡ଼ିଶାର ୩ଟି ହାତୀଙ୍କଠାରେ ଏହା ଏହା ସଫଳ ହେଲେ ଅନ୍ୟ ହାତୀପଲକୁ ସମ୍ପ୍ରସାରଣ କରାଯିବ।

କେବଳ ସେତିକି ନୁ‌ହେଁ, ହାତୀ-ମଣିଷ ଲଢ଼େଇରେ ବହୁ ଧନଜୀବନ ଯିବା ପରେ ଏବେ ବହୁସୂତ୍ରୀ ଫର୍ମୁଲା ଆପଣାଇବାକୁ ଯାଉଛି ବିଭାଗ। ପୂର୍ବରୁ ଥିବା ଗଜ ସାଥୀ କାର୍ଯ୍ୟକ୍ରମ ସହ ଏଣିକି ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାଷ୍ଟ ଲାଇଟ୍ ଭଳି ନୂଆ କାର୍ଯ୍ୟକ୍ରମ ଆପଣାଯିବ। ପ୍ରାରମ୍ଭିକ ଭାବେ ୫୦୦ ଗ୍ରାମ୍‌ରେ ଆରମ୍ଭ ହୋଇଥିବା ‘ଗଜ ସାଥୀ’ କାର୍ଯ୍ୟକ୍ରମ ଗତବର୍ଷ ୧୨ଶହ ଗ୍ରାମକୁ ବୃଦ୍ଧି କରାଯାଇଥିଲା। ଏଥର ଦୁଇ ହଜାର ଗ୍ରାମକୁ ‘ଗଜ ସାଥୀ’ କାର୍ଯ୍ୟକ୍ରମ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଦ୍ୱାରା ଚୟନ ୫ଜଣ ସ୍ୱେଚ୍ଛାସେବୀକୁ ଗଜ ସାଥୀ ଭାବେ ନିୟୋଜନ କରାଯାଉଛି।

Telegraph India

ସେହିପରି ଗତବର୍ଷଠାରୁ ପାଇଲଟ୍‌ ପ୍ରକଳ୍ପ ଭାବେ ‘ଜନ ସୁରକ୍ଷା ଗଜ ରକ୍ଷା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହାତୀପ୍ରବଣ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପିପିପି ମୋଡ୍‌ରେ ସୋଲାର ପାୱାର ଫେନ୍ସିଂ କରାଯାଉଛି। ୯୦% ଅର୍ଥ ରାଜ୍ୟ ସରକାର ସବ୍‌ସିଡି ପ୍ରଦାନ କରିବାକୁ ଥିବା ବେଳେ ବଳକା ୧୦% ଅର୍ଥ ଗ୍ରାମବାସୀ ଦେବେ। ଓରେଡା ଏମ୍ପାନେଲ ଭେଣ୍ଡରଙ୍କ ଦ୍ୱାରା ସୋଲାର ଫେନ୍ସିଂ ହେଉଛି। ସୋଲାର ପାୱାର ଫେନ୍ସିଂ ଅଞ୍ଚଳରେ ହାତୀ ପଶିବାକୁ ଚେଷ୍ଟା କଲେ ସେମାନଙ୍କୁ କରେଣ୍ଟ ଲାଗିବ, କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବନି।

ଅଧିକ ହାତୀ ଉପଦ୍ରବ ହେଉଥିବା ଅନୁଗୁଳ ବନ୍ତଳା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ୪୩ ଗ୍ରାମ୍‌ରେ ସୋଲାର ପାୱାର ଫେନ୍ସିଂ କରାଯିବା ସହ ହାତୀ-ମଣିଷ ମୁହାଁମୁହିଁକୁ ରୋକିବାକୁ ୪୩ ହାଇମାଷ୍ଟ ଲାଇଟ୍ ଲାଗିବ। ଓଡ଼ିଶାର ଏକ ଷ୍ଟାର୍ଟ-ଅପ୍‌ ଜରିଆରେ ଏ ଅଞ୍ଚଳରେ ଜିଏସ୍‌ଏମ୍‌ ଆଧାରିତ ଅର୍ଲି-ୱାର୍ଣ୍ଣିଂ ସିଷ୍ଟମ୍‌ ଲଗାଯିବ। ଏହାଦ୍ୱାରା ଏହି ଅଞ୍ଚଳକୁ ହାତୀ ପଶିବା ନେଇ ଟ୍ରାକରମାନେ ଖବର ପାଇବା ମାତ୍ରେ ଅର୍ଲିୱାର୍ଣ୍ଣିଂ ସିଷ୍ଟମ ଅନ୍‌ କରିବେ। ଫଳରେ ସାଇରନ୍‌ ବାଜିବା ସହ ରେଡ୍‌-ଲାଇଟ୍ ଦେଖାଯିବ। ଫଳରେ ଉକ୍ତ ଅଞ୍ଚଳରେ ହାତୀ ଥିବା ନେଇ ଲୋକ ସତର୍କ ହେବେ ବୋଲି ପିସିସିଏଫ୍‌ ବନ୍ୟପ୍ରାଣୀ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।