ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ମହିଳା ମୃତ

ତେଲକୋଇ: ହାତୀ ଆକ୍ରମଣରେ ମହିଳା ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବନବିହାରୀପୁର ଗାଁ କାଜୁ ବଗିଚାରେ ଘଟିଛି ଏହି ଘଟଣା। କାଜୁ ବଗିଚା ଦେଇ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ ମହିଳା । ଗତକାଲି ସଂଧ୍ୟା ୫ଟା ସମୟରେ ଘଟିଛି ଘଟଣା।

ମୃତକ ହେଲେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗାଁର ଜହ୍ନି ଦେହୁରୀ। ବୟସ ୭୦ ବର୍ଷ। ସ୍ବାମୀ ସ୍ବର୍ଗତ ଭଦ୍ର ଦେହୁରୀ । ଜହ୍ନି ଦେହୁରୀ ବିଳାସ ଦେହୁରୀଙ୍କ ସହିତ ଘରକୁ ଫେରିବା ବେଳେ ହାତୀ ଆକ୍ରମଣ କରିଥିଲା। ବିଳାସ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିବା ବେଳେ, ଦିବ୍ୟାଙ୍ଗ ଜହ୍ନି ଦୌଡ଼ି ନ ପାରି ହାତୀ ହାବୁଡରେ ପଡ଼ି ଯାଇଥିଲେ। ଫଳରେ ହାତୀ ତାଙ୍କୁ ଦଳି ଦେଇଥିଲା। ଆଜି ସକାଳେ ଏହା ଜଣାପଡିଛି। ଆଜି ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।