ରାଜ୍ୟ

ହାତୀପଲଙ୍କ ଉପଦ୍ରବ, ଦଳି ଚକଟି ନଷ୍ଟ କଲେ ପାଚିଲା ଧାନ ; ଚିନ୍ତାରେ ଚାଷୀ

କେନ୍ଦୁଝର ୨୩।୧୧: ନାକେଦମ୍ କଲେଣି ହାତୀପଲ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ହାତୀପଲଙ୍କ ଉପଦ୍ରବ ଯୋଗୁ ଚିନ୍ତାରେ ଚାଷୀ। ହାତୀପଲ ଦଳିଚକଟି ନଷ୍ଟ କରିଦେଲେ ଏକର ଏକର ପାଚିଲା ଧାନ ଫସଲ। ଏବେ ଚଷା ପୁଅର କ୍ଷେତରେ ଧାନ ପାଚିଗଲାଣି। ସେଥିପାଇଁ ହାତୀପଲଙ୍କ ନଜର ଏବେ ଧାନ କ୍ଷେତ ଉପରେ ପଡିଛି। ସେଥିପାଇଁ ରାତି ଅନିଦ୍ରା ହୋଇ ଧାନକ୍ଷେତକୁ ଜଗିରହିଛି ଚାଷୀ। ତଥାପି ହାତୀପଲଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ।

ଅମଳ ସମୟରେ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ବନବିହାରୀପୁର ଗାଁରେ ୩୦ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ। ଏକର ଏକର ଧାନଫସଲକୁ ଖାଇଯିବା ସହ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ଧାନଫସଲ ନଷ୍ଟ କରୁଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ବିଫଳ । ଏମିତି କି ଚାଷୀଙ୍କୁ ଫସଲର କ୍ଷତିପୂରଣ ମିଳୁନଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।