ଅପରାଧ ଦେଶ ବିଦେଶ

ହାତୀକୁ ହଇରାଣ କରିବା ମହଙ୍ଗା ପଡ଼ିଲା, ମହିଳାଙ୍କୁ ଉଠାଇ କଚାଡ଼ି ଦେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହାତୀକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। କୌଣସି ଏକ ଜଙ୍ଗଲରେ ହାତୀ ବୁଲୁଛି। ଏହି ସମୟରେ ହାତୀ ସାମ୍ନାକୁ ଜଣେ ବିଦେଶୀ ମହିଳା ଚାଲି ଆସୁଛନ୍ତି। ଆଉ ହାତରେ କଦଳୀ କାନ୍ଦି ଧରିଛନ୍ତି। ଏଥିମଧ୍ୟରୁ ଗୋଟିଏ କଦଳୀ ହାତୀକୁ ଦେଖ‌ାଉଛି, ପୁଣି ନିଜ ଆଡକ ନେଇ ଆସୁଛନ୍ତି।

କିଛିସମୟ ହାତୀ ମହିଳାଙ୍କ ଏଭଳି କାର୍ଯ୍ୟକଳାପ ଦେଖିବା ପରେ ରାଗି ଯାଇଥିଲା। ଆଉ କେହିକିଛି ବୁଝିବା ପୂର୍ବରୁ ସେ ମହିଳାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ମହିଳା ହାତୀର ଏଭଳି ଆକ୍ରମଣରେ କିଛି ଦୂରରେ ଯାଇ ଛିଟିକି ପଡ଼ିଥିଲେ।

ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ହାତୀ ଅକ୍ରମଣରେ ମହିଳାଙ୍କୁ ଆଘାତ ଲାଗିଥାଇପାରେ। ତେବେ ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି।

ଆଇଏଫଏସ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି,‘ଆପଣ ଏକ ହାତୀକୁ ମୁର୍ଖ ଭାବନ୍ତୁ ନାହିଁ। ହାତୀ ପୋଷା ମାନିଥାଏ। ସମସ୍ତ ପଶୁମାନଙ୍କ ଠାରୁ ହାତୀର ବୁଦ୍ଧି ପ୍ରଖର ଏହା ଜାଣି ରଖି ଥାଆନ୍ତୁ।

ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ