ଦେଶ ବିଦେଶ ମନୋରଞ୍ଜନ

ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ରଣବୀର–ଆଲିଆ ! ଆରମ୍ଭ କଲେଣି ପ୍ଲାନିଂ…

ନୂଆଦିଲ୍ଲୀ ୨୮।୧୦ : ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଶୁଣିବାକୁ ମିଳୁଛି ଯେ ବହୁ ଚର୍ଚ୍ଚିତ ସେଲିବ୍ରିଟି ଯୋଡ଼ି ଚଳିତବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି। କିଛି ଦିନ ହେବ ଖବର ଆସୁଥିଲା ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ରଣବୀରଙ୍କ ମା’ ନୀତୁ କପୁର ଖୁବ୍‌ଶୀଘ୍ର ଆଲିଆଙ୍କୁ ବୋହୂ କରି ଘରକୁ ଆଣିବେ ବୋଲି କହି ସାରିଲେଣି। ଏହି ଖବର ସାମ୍ନାକୁ ଆସିବା ପରେ ଆଲିଆ-ରଣବୀରଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଗତବର୍ଷ ମଧ୍ୟ ଏହି ପ୍ରେମୀଯୁଗଳଙ୍କ ବିବାହ ଖୁବ୍‌ ଚର୍ଚ୍ଚାରେ ଥିଲା। କିନ୍ତୁ କରୋନା ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା।

ତେବେ ଇତି ମଧ୍ୟରେ ଆଉ ଏକ ସେଲିବ୍ରିଟି ଯୋଡ଼ି ହାତକୁ ଦି ହାତ ହେବେ ବୋଲି ରଣବୀର କପୁର ଓ ଆଲିଆ ଭଟ୍ଟ। ଖବର ଆସୁଛି ଯେ ଏହି ଯୋଡ଼ି ଚଳିତବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ରଣବୀର ଓ ଆଲିଆ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି। ଫ୍ୟାନ୍‌ମାନେ ତାଙ୍କ ବିବାହକୁ ବହୁ ଦିନ ହେଲାଣି ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଉଭୟେ ନିଜ ସମସ୍ତ କାମକୁ ଶୀଘ୍ର ଶୀଘ୍ର ସାରୁଛନ୍ତି।

ରଣବୀର ଡିସେମ୍ବରରେ ସନ୍ଦୀପ ରେଡି ବାଂଗାଙ୍କ ଫିଲ୍ମ ‘ଆନିମଲ’ରେ କାମ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଏବେ ସେ ଫିଲ୍ମର ସୁଟିଂ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଫିଲ୍ମର ସୁଟିଂ ସେମାନେ ଆସନ୍ତାବର୍ଷ ଆରମ୍ଭ କରିବେ। ସେହିପରି ଆଲିଆ ଭଟ୍ଟ ମଧ୍ୟ ଶାହାରୁଖ ଖାନ୍‌ଙ୍କ ହୋମ୍‌ ପ୍ରଡକ୍ସନ୍‌ ଫିଲ୍ମ ‘ଡାର୍ଲିଂସ୍‌’ର କାମ ପୂରା କରିଦେଇଛନ୍ତି। ବର୍ଷ ଶେଷ ଆଡ଼କୁ ସେ କେବଳ ଗଙ୍ଗୁବାଇ କାଠିୟାବାଡି ଫିଲ୍ମର ପ୍ରମୋସନ ହିଁ କରିବେ। ଚର୍ଚ୍ଚା ହେଉଛି ଯେ ଉଭୟେ ଡିସେମ୍ବରରେ ବିବାହ କରିବେ। ଏହି କାରଣରୁ ଉଭୟ ରଣବୀର ଓ ଆଲିଆ ନିଜର ସମସ୍ତ ପ୍ରୋଜେକ୍ଟର ତାରିଖ ଫାଙ୍କା କରୁଛନ୍ତି। ଏହା ପୂର୍ବରୁ ରଣବୀର କପୁର ଓ ଆଲିଆ ଭଟ୍ଟ ଯୋଧପୁର ଟୁର୍‌ ପାଇଁ ଚର୍ଚ୍ଚାରେ ରହିଥିଲେ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ