ଅପରାଧ ଦେଶ ବିଦେଶ

ହାଜତ ମୃତ୍ୟୁ ଯୋଗୁଁ ଆସାମ ଥାନାରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଜନତା

ନାଗାଓଁ: ହାଜରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଜନତା ଶନିବାର ସନ୍ଧ୍ୟାରେ ଆସାମର ନାଗାଓଁସ୍ଥିତ ଏକ ଥାନାରେ ନିଆଁ ଲଗାଇ ଦେଇଛନ୍ତି।

ଏହି ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ମୃତ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଇ ପୁଲିସ କହିଛି, ରାତିରେ ମାତାଲ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ତାଙ୍କୁ ଥାନାକୁ ଅଣାଯାଇଥିଲା।

ବାଟଦ୍ରୱା ଥାନା ପୁଲିସ ସାଲନାବାରି ଅଞ୍ଚଳରେ ସଫିକୁଲ୍‌ ଇସ୍‌ଲାମ୍‌ଙ୍କୁ ଅଟକ ରଖିବା ସହ ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଏବଂ ଗୋଟାଏ ବତକ ଦାବି କରିଥିଲେ ବୋଲି ଶୁଣାଯାଉଛି ବୋଲି ପୁଲିସସୂତ୍ରରୁ ପ୍ରକାଶ।

କିନ୍ତୁ, ଜନସାଧାରଣଙ୍କ ମଧ୍ୟରୁ କେତେ ଜଣ କହୁଛନ୍ତି ଯେ, ଲାଞ୍ଚ ଅର୍ଥ ପୈଠ କରିବାରେ ଅସମର୍ଥ ହେବାରୁ ମତ୍ସ୍ୟ ବିକ୍ରେତା ସଫିକୁଲ୍‌ ଇସ୍‌ଲାମ୍‌ଙ୍କୁ ପୁଲିସ ମାରିପକାଇଛି।

ସଫିକୁଲ୍‌ଙ୍କ ପରିବାର ଲୋକେ କହୁଛନ୍ତି, ଆଜି ତାଙ୍କୁ ଭେଟିବା ପାଇଁ ଥାନାକୁ ଯାଇଥିଲା ବେଳେ ଆମକୁ କୁହାଗଲା କି, ‌ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଖାନାରେ ପହଞ୍ଚିବା ପରେ ଇସ୍‌ଲାମ୍‌ ମୃତ ଏବଂ ତାଙ୍କ ମରଶରୀରକୁ ଶବଗୃହରେ ରଖାଯାଇଥିବା କଥା ଜାଣିବାକୁ ପାଇଥିଲେ।

ପରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଇସ୍‌ଲାମ୍‌ଙ୍କ ପରିବାର ପୁଲିସ ସହିତ ମୁକାବିଲା କରିବା ଲାଗି ଥାନାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଜନତା ଥାନାରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ