ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଓଲା ଅର୍ଥ କାରବାର ମାମଲା, ତିନି ଯୁବକକୁ ଉଠାଇନେଲା ହାଇଦ୍ରାବାଦ ପୋଲିସ

ସାଲେପୁର ୦୫/୦୮: କିଶନନଗର ଥାନା ବୋଧପୁର ଗ୍ରାମପଞ୍ଚାୟତ ଅଧିନସ୍ତ ନାନପୁର ଗ୍ରାମରୁ ୩ ଯୁବକଙ୍କୁ ଉଠାଇଲା ହାଇଦ୍ରାବାଦ ପୋଲିସ । ହାଓଲା ଅର୍ଥ କାରବାର ଅଭିଯୋଗରେ ହାଇଦ୍ରାବାଦ ପୋଲିସ ଗତକାଲି ସନ୍ଧ୍ୟାରେ କିଶନନଗର ଅଞ୍ଚଳର ୩ ଯୁବକଙ୍କୁ ଉଠାଇ ନେଇଛି । ସେମାନଙ୍କୁ କିଶନନଗର ଥାନାରେ ରଖି ପଚରା ଉଚରା କରିଛି ।

ସେମାନଙ୍କ ନିକଟରୁ ପୁଲିସ ଲ୍ୟାପଟପ,ଏଟିଏମ କାର୍ଡ, ମୋବାଇଲ ଫୋନ ଆଦି ଜବତ କରିଛି । ଏହି ୩ ଯୁବକଙ୍କ ମଧ୍ୟରେ ଦୁଇ ଭାଇ ରହିଥିବା ଜଣା ପଡ଼ିଛି । ତେବେ ତଦନ୍ତ ଚାଲିଥିବାରୁ ସବିଶେଷ ତଥ୍ୟ ପୋଲିସ ପ୍ରକାଶ କରୁନାହଁ । ତେବେ ଏମାନଙ୍କ ମଧ୍ୟରୁ ସଞ୍ଜୟ ବେହେରା ନାମକ ଜଣେ ଯୁବକକୁ ଗିରଫ କରି ପୋଲିସ ହାଇଦ୍ରାବାଦ ନେବା ପାଇଁ ପ୍ରସ୍ତୁତି ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।