ଅପରାଧ ଦେଶ ବିଦେଶ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲା : ଜଣେ ଅଭିଯୁକ୍ତ ଗିରଫ, ଆଉ ୪ ଜଣଙ୍କୁ ଖୋଜୁଛି ପୋଲିସ

ହାଇଦ୍ରାବାଦ, ୦୪|୦୬: ହାଇଦ୍ରାବାଦରେ ନାବାଳିକାଙ୍କୁ ମର୍ସିଡିଜ୍ କାର ଭିତରେ ଗଣ ଦୁଷ୍କର୍ମ ଘଟଣାରେ ଜଣେ ଗିରଫ। ଆଉ ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡିଛି ।

ସୂଚନାନୁସାରେ, ମେ୨୮ ତାରିଖ ରାତିରେ ପୀଡିତା ନାବାଳିକା ଜଣକ ଏକ ହାଇ ପ୍ରୋଫାଇଲ୍ ପାର୍ଟିକୁ ଯାଇଥିଲେ । ତାଙ୍କୁ ଘରେ ଛାଡିଦେବା ବାହାନାରେ ୫ଜଣ କାର୍ ଭିତରେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଅଭିଯୁକ୍ତଙ୍କ ଭିତରେ ଜଣେ ବିଧାୟକଙ୍କ ପୁଅ ଥିବା କୁହାଯାଉଛି । ସମସ୍ତ ଅଭିଯୁକ୍ତ ଏକାଦଶ-ଦ୍ବାଦଶ ଶ୍ରେଣୀ ଛାତ୍ର ।

ନାବାଳିକାଙ୍କ ପରିବାର ଜୁନ ୧ତାରିଖରେ ଏତଲା ଦେବା ପରେ ପୋଲିସ IPC ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ସିସିଡିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ କରୁଛି । ଏପଟେ ଏହି ଘଟଣାର ପ୍ରତିବାଦ କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।

ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ ସୂଚନା ଅନୁସାରେ, ସେଦିନ ପାର୍ଟିରେ ବିଧାୟକଙ୍କ ପୁଅଙ୍କ ସହ ସଂଖ୍ୟଲଘୁ ବୋର୍ଡର ଅଧ୍ୟକ୍ଷ ବି ନାବାଳିକାଙ୍କ ସହ ଥିଲେ। ତେବେ ପୀଡ଼ିତା ଯେଉଁ ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ସେ ଜଣେ ନାବାଳକ । ନାବାଳିକାଙ୍କ ବାପାଙ୍କ ଏଫ୍‌ଆଇଆର ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅଙ୍କୁ ଆହତ ମଧ୍ୟ କରିଛନ୍ତି। ନାବାଳିକାଙ୍କ ବେକରେ ଦାଗ ରହିଛି।

ସେପଟେ ମର୍ସିଡିସ୍ କାର୍‌ଟି ବିଧାୟକଙ୍କର ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତମାନେ କାର୍ ଭିତରେ ଦୁଷ୍କର୍ମ କରି ନାହାନ୍ତି। କାରରୁ ଓହ୍ଲାଇ ଏକ କାଫେକୁ ଯାଇଥିଲେ। ସେଠାରେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ