ଅପରାଧ ଦେଶ ବିଦେଶ

ହାଇଦ୍ରାବାଦ ଏନ୍‌କାଉଣ୍ଟର ‘ନକଲି’ ଥିଲା

ହାଇଦ୍ରାବାଦ : ହାଇଦ୍ରାବାଦରେ ୨୦୧୯ରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପରେ ବର୍ବର ହତ୍ୟା କରାଯାଇଥିଲା ଏବଂ ଏହି ମାମଲାର ସମସ୍ତ ୪ ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ଏହାର ଯାଞ୍ଚ ପାଇଁ ସୁପ୍ରିମ୍‌ କୋର୍ଟ ଏକ କମିଟି ଗଠନ କରିଥିଲେ। ଆଜି କମିଟି ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ ପୁଲିସ କର୍ମୀମାନେ ଅଭିଯୁକ୍ତଙ୍କ ଉପରକୁ ଜାଣିଶୁଣି ଗୁଳି ଚଳାଇଥିଲେ। ସେମାନଙ୍କୁ ଶେଷ କରିଦେବା ଉଦ୍ଦେଶ୍ୟରେ ପୁଲିସ ଏହିଭଳି ପଦକ୍ଷେପ ନେଇଥିଲା ଏବଂ ଏହି ଏନ୍‌କାଉଣ୍ଟର ନକଲି ଥିଲା ବୋଲି ଯାଞ୍ଚ କମିଟି କହିଛି।

ହାଇଦ୍ରାବାଦରେ ୨୦୧୯ ନଭେମ୍ବର ୨୬ ତାରିଖ ରାତିରେ ଜଣେ ଭେଟନାରି ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ମାମଲାରେ ୪ ଅଭିଯୁକ୍ତଙ୍କୁ ୬ ଡିସେମ୍ବର ଭୋର୍‌ ସମୟରେ ପୁଲିସ ଏକ ଏନ୍‌କାଉଣ୍ଟରରେ ନିପାତ କରିଥିବା ଦାବି କରିଥିଲା। ଅଭିଯୁକ୍ତମାନେ ପୁଲିସର ବନ୍ଧୁକ ଛଡ଼ାଇ ‌ ଫେରାର୍‌ ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗୁଳିମାଡ଼ରେ ନିହତ ହୋଇଥିବା ପୁଲିସ କହିଥିଲା। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା ମିଳିଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ମଧ୍ୟ କୁହାଯାଉଥିଲା। ଏହାର ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟ ପୂର୍ବ ବିଚାରପତି ବିଏସ୍‌ ସିରପୁରକରଙ୍କ ନେତୃତ୍ବରେ ଯାଞ୍ଚ କମିଟି ଗଠନ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ