ରାଜ୍ୟ

ହାଇଦ୍ରାବାଦରେ ଚିକିତ୍ସାଧୀନ ବଣ୍ଡା ଦାଦନ ଶ୍ରମିକଙ୍କ ମୃତ୍ୟୁ, ୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଖଇରପୁଟ: ରୋଜଗାର ସନ୍ଧାନରେ ଗାଁ ଛାଡ଼ି ହାଇଦ୍ରାବାଦ ଯାଇଥିବା ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଆଉ ଜଣେ ଦାଦନର ମୃତ୍ୟୁ ହୋଇଛି। ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ବଳରାମ ବଡାନାୟକଙ୍କ ମୃତ୍ୟୁ ଘଟିଛି। ବଣ୍ଡାଘାଟିବାସୀନ୍ଦା ୩ ଜଣ ଯୁବକଙ୍କୁ ହରାଇ ଆଖିରୁ ଲୁହ ଶୁଖି ନଥିବା ବେଳେ ଆଉ ଜଣଙ୍କ ମୃତ୍ୟୁକୁ ସହ୍ୟ କରିପାରୁନାହାନ୍ତି। ମୃତଦେହକୁ ଜନ୍ମମାଟି ବଡପଡାକୁ ଆଣୁଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଡପଡା ଗ୍ରାମର ୫ଜଣ ଓ ଗଇଗୁଡା ଗ୍ରାମର ଜଣେ ଶ୍ରମିକ ରୋଜଗାର ସନ୍ଧାନରେ ଦୁଇ ମାସ ତଳେ ହାଇଦ୍ରାବାଦ ଯାଇଥିଲେ। ଜଣେ ଠିକାଦାରଙ୍କ ଅଧୀନରେ ଏମାନେ କୋଠା ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଚଳିତମାସ ୭ ତାରିଖ ଦିନ ସକାଳ ପ୍ରାୟ ୭ଟାରେ ଗୋଟିଏ ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ବାହାର କରିବା ସମୟରେ ଅତଡ଼ା ଖସି ପଡ଼ିଥିଲା। ଯାହାଫଳରେ ତଳେ ଚାପି ହୋଇ ରହିବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ଆଖପାଖରେ ଥିବା ଅନ୍ୟ ଶ୍ରମିକଙ୍କମାନେ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କରି ସନିଆ ଚାଲାଣ, ସମା ବଡନାୟକ ଏବଂ ସନିଆ ବଡନାୟକକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ଗୁରୁତର ଅବସ୍ଥାରେ ରହିଥିବା ବଳରାମ ବଡନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ବେଳେ ବୁଦ୍ରା ବଡନାୟକ ଓ ଶୁକ୍ରା ବଡନାୟକ ଆହତ ହୋଇଥିଲେ। ହାଇଦ୍ରାବାଦ ଠାରେ ବୁଦ୍ରା ବଡନାୟକଙ୍କୁ ୭ ଦିନ ଧରି ଚିକିତ୍ସା କରାଯାଉଥିଲା। ଗୁରୁବାର ବିଳମ୍ବିତ ରାତିରେ ବଳରାମଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତଙ୍କ ସମ୍ପର୍କୀୟ ହାଇଦ୍ରାବାଦ ଠାରେ ଥିବା ବେଳେ ସେମାନେ ଆମ୍ବୁଲାନ୍ସ ଯୋଗେ ବଳାରମଙ୍କ ମୃତଦେହକୁ ବଡପଡା ଗ୍ରାମକୁ ଆଣୁଥିବା ନେଇ ଜଣାପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।