ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଲାଞ୍ଚ ଦାବିର ପ୍ରମାଣ ନଥିଲେ ଦୋଷୀ ନୁହେଁ

କଟକ: ଲାଞ୍ଚ ମାମଲାରେ ଦାବି ପ୍ରସଂଗ ପ୍ରମାଣିତ ହେଉ ନଥିଲେ ଅଭି‌ଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଅଭିଯୁକ୍ତ ଆସିଷ୍ଟାଣ୍ଟ ସର୍ଜନଙ୍କ ବିରୋଧରେ ଲାଞ୍ଚ ଦାବି ଦିଗ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୨୦୦୭ ମାର୍ଚ୍ଚ ୨୨ର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ସପକ୍ଷରେ ରହିଥିବା ମୌଳିକ ପ୍ରମାଣକୁ ନିମ୍ନ ଅଦାଲତ ଅଣଦେଖା କରିଥିଲେ। ନିମ୍ନ ଅଦାଲତଙ୍କ ରାୟ ପ୍ରସିକ୍ୟୁସନ ସପକ୍ଷରେ ଏକ ପାଖିଆ ଥିଲା ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଆବେଦନକାରୀ ଲାଞ୍ଚ ଦାବି ଓ ଗ୍ରହଣ କରିବା ନେଇ ଉପଯୁକ୍ତ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ଦୋଷମୁକ୍ତ କରିଛନ୍ତି ହାଇକୋର୍ଟ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.କେ. ପ୍ରହରାଜଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ନବରଙ୍ଗପୁର ଜିଲ୍ଲା ଖତିଗୁଡ଼ା ପ୍ରକଳ୍ପ ଡାକ୍ତରଖାନାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୮, ସେପ୍ଟେମ୍ବର ୧୪ରେ ଗଜେନ୍ଦ୍ର ନାୟକଙ୍କ ନିକଟରୁ ୩ଶହ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଚିକିତ୍ସା ଓ ଆଘାତ ସଂପର୍କିତ ରିପୋର୍ଟ ଦେବାକୁ ଆବେଦନକାରୀ ଏହି ଟଙ୍କା ଦାବି କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ନିମ୍ନ ଅଦାଲତ ଆବେଦନକାରୀଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୩(୨), ୧୩(୧)(ଡି)ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଚିକିତ୍ସା ପାଇଁ ଲାଞ୍ଚ ମାଗିବା ନେଇ କୌଣସି ପ୍ରମାଣ ସାକ୍ଷ୍ୟ ଗ୍ରହଣ ସମୟରେ ମିଳି ନଥିଲା। ଲାଞ୍ଚ ଦାବି ଓ ଗ୍ରହଣ ନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ନଥିବା ବେଳେ ନିମ୍ନ ଅଦାଲତଙ୍କ ରାୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟସ୍ମୃତି ମହାନ୍ତି ମାମଲା ପରିଚାଳନା କରୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।